Site icon ଆଜିକାଲି

ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପୁଣି ସୁପ୍ରିମକୋର୍ଟର ଦ୍ବାରସ୍ଥ କେନ୍ଦ୍ର

ନୂଆଦିଲ୍ଲୀ: ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ପୁଣି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିଛି ଦିନ ତଳେ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବେଆଇନ କହିଥିଲେ । ସେ ଜୁଲାଇ ୩୧ ପର୍ଯ୍ୟନ୍ତ ପଦରେ ରହିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ । ହେଲେ ଏହି ରାୟରେ ପରିବର୍ତ୍ତନ କରିବାକୁ ସରକାର ସୁପ୍ରିମକୋର୍ଟରେ ସାନି ପିଟିସନ ଦାୟର କରିଛନ୍ତି।

ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ଜଷ୍ଟିସ ବିଆର ଗାଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛି ଯେ ସେ ଗୁରୁବାର (ଜୁଲାଇ ୨୭) ଅପରାହ୍ନ ୩:୩୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ କେନ୍ଦ୍ର ସରକାର ଯୁକ୍ତି ବାଢିଛନ୍ତି ଯେ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଜଣେ ଏପରି ବ୍ୟକ୍ତି ରହିବା ଆବଶ୍ୟକ ଯିଏ ମନି ଲଣ୍ଡରିଂ ଯାଞ୍ଚ ସହ ଦେଶର ଏହି ତଦନ୍ତ ସଂସ୍ଥାର ପ୍ରକ୍ରିୟା, ପରିଚାଳନା ତଥା କାର୍ଯ୍ୟଶୈଳୀ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିବ ।

ଉଲ୍ଲେଖଯୋଗ୍ୟ ନିକଟରେ ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ ତୃତୀୟ ଥର କାର୍ଯ୍ୟକାଳ ବୃଦ୍ଧିକୁ କୋର୍ଟ ବେଆଇନ ଘୋଷଣା କରିଥିଲେ ।

FacebookTwitterLinkedinWhatsapp
Exit mobile version