Site icon ଆଜିକାଲି

ସରକାରୀ ଡାକ୍ତରମାନଙ୍କୁ କେନ୍ଦ୍ରର ଚେତାବନୀ: ରୋଗୀମାନଙ୍କ ପାଇଁ ଜେନେରିକ୍ ଔଷଧ ଲେଖ, ନହେଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସବୁ ସରକାରୀ ଡାକ୍ତରଖାନା ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ଅଧୀନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନଙ୍କୁ ରୋଗୀମାନଙ୍କ ପାଇଁ ମାଗଣା ଜେନେରିକ୍ ଔଷଧ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡ଼ା ଚେତାବନୀ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହାଛଡ଼ା ମେଡିକାଲ୍ ରିପ୍ରେଜେଣ୍ଟେଟିଭ୍ (ଔଷଧ କମ୍ପାନୀର ପ୍ରତିନିଧୀ)ମାନଙ୍କ ହସ୍ପିଟାଲକୁ ଆସିବା ଉପରେ କଟକଣା ଲଗାଇବାକୁ ମଧ୍ୟ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ କହିଛନ୍ତି।

ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ, କେବଳ ଜେନେରିକ୍ ଔଷଧ ଲେଖିବାକୁ କେନ୍ଦ୍ର ଅଧୀନରେ ଥିବା ସରକାରୀ ଡାକ୍ତରଖାନା, ସିଜିଏଚ୍ ଆରୋଗ୍ୟ କେନ୍ଦ୍ର ଏବଂ ପଲିକ୍ଲିନିକ୍ ଡାକ୍ତରମାନଙ୍କୁ ସମୟ ସମୟରେ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ ଡାକ୍ତରମାନେ (ରେସିଡେଣ୍ଟଙ୍କ ସମେତ) ବ୍ରାଣ୍ଡେଡ୍ ଔଷଧ ଲେଖୁଛନ୍ତି। ଯଦି ଡାକ୍ତରମାନେ ଏହି ନିର୍ଦ୍ଦେଶ ପାଳନ ନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Exit mobile version