Site icon ଆଜିକାଲି

ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ତିଆରି ହେବ ୬ ଲେନ

ନୂଆଦିଲ୍ଲୀ : ଚଣ୍ଡିଖୋଲ-ଭଦ୍ରକ ସେକ୍ସନକୁ ୬ ଲେନ୍‌ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ ଚାଲିଛି କାର୍ଯ୍ୟ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସେ ଲେଖିଛନ୍ତି ଏହି ରାଜପଥ ଅନେକ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ଲେଖିଛନ୍ତି । କୋଲକାତା-ଚେନ୍ନାଇ ସୁବର୍ଣ୍ଣ ଚତୁର୍ଭୁଜ କରିଡର ଅନ୍ତର୍ଗତ ଚଣ୍ଡୀଖୋଲ-ଭଦ୍ରକ ସେକ୍ସନକୁ ବର୍ତ୍ତମାନ ଏନଏଚଆଇ ପକ୍ଷରୁ ୬ ଲେନ୍‌ ବିଶିଷ୍ଟ ରାଜପଥରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।

Exit mobile version