Site icon ଆଜିକାଲି

୧୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସେ ୯ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାର ଥିବାରୁ ଚନ୍ଦ୍ରବାବୁ ତାଙ୍କ ଶପଥ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛନ୍ତି। ନୂଆ ତାରିଖ ଅନୁସାରେ ଜୁନ ୧୨ରେ ଅମରାବତୀରେ ଏକ ଉତ୍ସବରେ ଚନ୍ଦ୍ରବାବୁ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଟିଡିପି ଶାସକ ୱାଇଏସଆର କଂଗ୍ରେସକୁ କଡ଼ା ମାତ୍‌‌ ଦେଇଥିଲା। ୧୭୫ ବିଧାନସଭା ଆସନରୁ ଟିଡିପି ୧୩୫ ଆସନରେ ବିଜୟ ଲାଭ କରିଥିଲା। ଜେଏନପି ୨୧ ଏବଂ ୱାଇଏସଆର କଂଗ୍ରେସ ୧୧ ଆସନରେ ବିଜୟୀ ହୋଇଥିଲା ବେଳେ ବିଜେପିକୁ ମାତ୍ର ୮ଟି ଆସନ ମିଳିଥିଲା।

Exit mobile version