Site icon ଆଜିକାଲି

ଚନ୍ଦ୍ରଯାନ-୩ ଲ୍ୟାଣ୍ଡରରୁ ଉଠିଲା ପୃଥିବୀ ଓ ଚନ୍ଦ୍ରର ଫଟୋ, ଜାରି କଲେ ଇସ୍ରୋ

ନୂଆଦିଲ୍ଲୀ : ଯେବେଠୁ ଚନ୍ଦ୍ରଯାନ-୩ ମହାକାଶରେ ପହଞ୍ଚିଲାଣି ସେବେଠୁ ଲ୍ୟାଣ୍ଡରରେ ଲାଗିଥିବା ଲ୍ୟାଣ୍ଡର ଇମେଜର (ଏଲଆଇ) କ୍ୟାମେରା ପ୍ରଥମ ଥର ପୃଥିବୀର ଫଟୋ ଚିତ୍ର ଉତ୍ତୋଳନ କରିଛି। ଫଟୋରେ ନିଳ ଆକାଶରେ ଶ୍ୱେତ ବାଦଲଙ୍କ ଚଦର ବିଛାଇ ହୋଇଥିବାର ଦେଖାଯାଉଛି। ଏଥି ଲାଗି ଚନ୍ଦ୍ରଯାନ-୩ ବୁଧବାର ଆଉ ଫଟୋ ପଠାଇବ କି ବୋଲି ପଚାରିଥିଲା। ସେହି ଅନୁସାରେ ଏହି ନୂଆ ଫଟୋଚିତ୍ର ପଠାଇଥିବା ବେଳେ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ ଇସ୍ରୋ ଏହାକୁ ଜାରି କରିଛନ୍ତି।

ଅଗଷ୍ଟ ୫ ତାରିଖ ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରଙ୍କ କକ୍ଷକୁ ପ୍ରବେଶ କରିଥିଲା। ସେତେବେଳେ ଲ୍ୟାଣ୍ଡରର ଅନ୍ୟତମ କ୍ୟାମେରା ଅର୍ଥାତ ଲ୍ୟାଣ୍ଡର ହରିଜଣ୍ଟାଲ ଭେଲୋସିଟି କ୍ୟାମେରା (ଏଲଏଚଭିସି) ଚନ୍ଦ୍ର ପୃଷ୍ଠର ଛବି ଉତ୍ତୋଳନ କରିଥିଲା। ଏଥିରେ ଲ୍ୟାଣ୍ଡର ଇମେଜର କ୍ୟାମେରାକୁ ଗୁଜରାଟସ୍ଥିତ ସ୍ପେଶ୍ ଆପ୍ଲିକେସନ ସେଣ୍ଟର ନିର୍ମାଣ କରିଛନ୍ତି। ସେହିପରି ଏଲଏଚଭିସିକୁ ବେଙ୍ଗାଲୁରର ଲାବୋରେଟରି ଫର ଇଲେକ୍ଟ୍ରୋ ଅପଟିକ୍ସ ସିଷ୍ଟମ (ଏଲଇଓଏସ୍) ବିକଶିତ କରିଛନ୍ତି।

Exit mobile version