Site icon ଆଜିକାଲି

ଆଜି ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ, ଐତିହାସିକ ମୁହୂର୍ତ୍ତକୁ ସାରା ଦେଶର ଅପେକ୍ଷା

ନୂଆଦିଲ୍ଲୀ : ଆଜି ଭାରତ ଓ ବିଶ୍ବ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିନ। ଜହ୍ନରେ ଓହ୍ଲାଇବ ଲ୍ୟାଣ୍ଡର ବିକ୍ରମ। ଆଉ ୧୧ ଘଣ୍ଟାରୁ କମ୍ ସମୟ। ଚନ୍ଦ୍ରରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ।। ପରିବେଶ ଅନୁକୂଳ ଥିଲେ, ସଂଧ୍ୟା ୬ଟା ୪ରେ ଲ୍ୟାଣ୍ଡ କରିବ ବିକ୍ରମ। ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ। ଯାହାକୁ ଟ୍ବେଣ୍ଟି ମିନିଟ୍ ଅଫ ଟେରର ବୋଲି କୁହାଯାଉଛି।

ଚନ୍ଦ୍ର ପୃଷ୍ଠର ୨୫ କି.ମି ଉଚ୍ଚତାରୁ ଖସି ପର୍ଯ୍ୟାୟକ୍ରମେ ଚନ୍ଦ୍ର ପୃଷ୍ଠଠାରୁ ୧୫୦ ମିଟର ଉଚ୍ଚରେ ରହିବ। ସେତେବେଳକୁ ଭୂଲମ୍ବ ହୋଇ ସାରିଥିବା ଲ୍ୟାଣ୍ଡର ଏବଂ କିଛି ସମୟ ସ୍ଥିର ହୋଇ ଚନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିବ। ପରିବେଶ ଅନୁକୂଳ ଥିଲେ, ସଂଧ୍ୟା ୬ଟା ୪ରେ ଲ୍ୟାଣ୍ଡ କରିବ ବିକ୍ରମ। ୫ଟା ୪୫ରୁ ୬ଟା ୪, ପ୍ରାୟ ୨୦ ମିନିଟ୍ ଚନ୍ଦ୍ରଯାନ ପାଇଁ ବିପଦପୂର୍ଣ୍ଣ ସମୟ। ଯାହାକୁ ଟ୍ବେଣ୍ଟି ମିନିଟ୍ ଅଫ ଟେରର ବୋଲି କୁହାଯାଉଛି। ଚନ୍ଦ୍ରଯାନ ୨ରେ ଶେଷ ଅଢେଇ କିଲୋମିଟରରେ ତ୍ରୁଟି ଦେଖା ଦେଇଥିଲା। ଏଥର କିନ୍ତୁ ଇସ୍ରୋ ଦୃଢ଼ ଆଶାବାଦୀ ସଫଳ ଲ୍ୟାଣ୍ଡିଂ ହେବ।

Exit mobile version