Site icon ଆଜିକାଲି

ଚନ୍ଦ୍ରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ, ସୁଦୂର ଅଂଶକୁ ସେୟାର କଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନକୁ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବାକୁ ପ୍ରସ୍ତୁତ ହେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଅଗଷ୍ଟ ୨୩ ତାରିଖରେ ସଂଧ୍ୟାରେ ଚନ୍ଦ୍ରପୃଷ୍ଠର ଅନ୍ଧକାର ଅଂଶରେ ଲ୍ୟାଣ୍ଡିଂ କରିବ । ହେଲେ ଏହାପୂର୍ବରୁ ଚନ୍ଦ୍ରର କିଛି ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ସମତଳ ସ୍ଥାନ ଖୋଜିବା ସହିତ ଦୂରରୁ ଚନ୍ଦ୍ର କିପରି ଦେଖାଯାଉଛି ଏହାର ଫଟୋ ଉଠାଇଛି । ଲ୍ୟାଣ୍ଡର ବିକ୍ରମ ଅବତରଣ ପାଇଁ ନିରାପଦ ସ୍ଥାନ ଖୋଜୁଛି । ଏଥିପାଇଁ ଲ୍ୟାଣ୍ଡରରେ ଲାଗିଥିବା ହାଜାର୍ଡ ଡିଟେକ୍ସନ ଓ ଏଭୋଇଡାନ୍ସ କ୍ୟାମେରା ସହଯୋଗ କରୁଛି । LHDA କ୍ୟାମେରାରେ ଏହି ଫୋଟ୍ ଉତ୍ତୋଳନ କରାଯାଇଛି । ଆଉ ଏହାକୁ ଇସ୍ରୋ ସେୟାର କରିଛି ।

ଆସନ୍ତା ଅଗଷ୍ଟ ୨୩ ତାରିଖ ସଂଧ୍ୟା ପ୍ରାୟ ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ । ଜୁଲାଇ ୧୪ ତାରିଖରେ ମିଶନ ମୁନକୁ ଲଞ୍ଚ କରିଥିଲା ଇସ୍ରୋ । ଏହା ଗତ ୫ ଅଗଷ୍ଟରେ ଚନ୍ଦ୍ର କକ୍ଷପଥକୁ ପ୍ରବେଶ କରିଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ରୋଭରରେ ଥିବା ଏଲ୍‌ଆଇବିଏସ୍‌ ବା ଲେଜର ଇଣ୍ଡ୍ୟୁସଡ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ଚନ୍ଦ୍ରର ମାଟି ଓ ଚଟାଣର ସଂରଚନା ଉପରେ ଅଧ୍ୟୟନ କରିବ । ସେହିଭଳି ଲ୍ୟାଣ୍ଡର ଚନ୍ଦ୍ରର ତାପମାତ୍ରା, ଭୂମିକମ୍ପ ଏବଂ ଚନ୍ଦ୍ରର ଉପର ଓ ଭିତର ଅଂଶ କିଭଳି ଗଠିତ ହୋଇଛି ତାର ଅଧ୍ୟୟନ କରିବ । ଏଥିରେ ଇସ୍ରୋ ସଫଳ ହେଲେ ଆମେରିକା, ଋଷ ଓ ଚୀନ ପରେ ଭାରତରେ ଚତୁର୍ଥ ଦେଶ ଭାବେ ଇତିହାସ ରଚିବ ।

Exit mobile version