Site icon ଆଜିକାଲି

କର୍ଣ୍ଣାଟକର ସ୍କୁଲ ପାଠ୍ୟ ପୁସ୍ତକରୁ ହଟିଲା ଆରଏସ୍ଏସ୍ ପ୍ରତିଷ୍ଠାତା ହେଡଗେଓ୍ବାରଙ୍କ ଉପରେ ଅଧ୍ୟାୟ

ବେଙ୍ଗାଲୁରୁ: କର୍ଣ୍ଣାଟକର ସିଦ୍ଧରମୈୟା ସରକାର ଆରଏସ୍ଏସ୍ ପ୍ରତିଷ୍ଠାତା କେ.ବି ହେଡଗେଓ୍ବାରଙ୍କ ଉପରେ ଅଧ୍ୟାୟକୁ ସ୍କୁଲ ପାଠ୍ୟପୁସ୍ତକରୁ ହଟାଇବାକୁ ନିଷ୍ପତ୍ତି ନେଇଛି । ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ଏହି ସୂଚନା ଦେଇଛନ୍ତି। ଗତ ବିଜେପି ସରକାର ଅମଳରେ ସ୍କୁଲ୍ ପାଠ୍ୟ ପୁସ୍ତକରେ ହେଡଗେଓ୍ବାରଙ୍କ ଅଧ୍ୟାୟ ସାମିଲ କରାଯାଇଥିଲା । ସିଦ୍ଧରମୈୟା ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ଣ୍ଣାଟକର ପୂର୍ବତନ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସିଦ୍ଧରମୈୟା ସରକାର ହିନ୍ଦୁ ବିରୋଧୀ । କଂଗ୍ରେସ ମୁସଲମାନମାନଙ୍କ ଭୋଟ୍ ଚାହୁଁଛି ।

କର୍ଣ୍ଣାଟକ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଏହା ପୂର୍ବରୁ କହିଥିଲେ ଯେ ଯେଉଁ ଲୋକମାନଙ୍କ ପ୍ରକୃତରେ ରାଷ୍ଟ୍ର ନିର୍ମାଣରେ ଅବଦାନ ରହିଛି ସେମାନଙ୍କ କାହାଣୀ ପାଠ୍ୟ ପୁସ୍ତକରେ ରହିବା ଉଚିତ । ବିଜେପିକୁ କଟାକ୍ଷ କରି ସେ କହିଛନ୍ତି, ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ କେବଳ ସେହି ଲୋକମାନଙ୍କ ଉପରେ ହିଁ ଗୁରୁତ୍ବ ଦିଆଯିବା ଉଚିତ, ଜଣକର ବ୍ୟକ୍ତିଗତ ପସନ୍ଦ କିମ୍ବା ଆଦର୍ଶ ନୁହେଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବିଜେପି ସରକାର ଆଣିଥିବା ଧର୍ମାନ୍ତରଣ ନିରୋଧୀ ଆଇନକୁ ରଦ୍ଦ କରିଛି କର୍ଣ୍ଣାଟକ କ୍ୟାବିନେଟ ।

Exit mobile version