Site icon ଆଜିକାଲି

ୟୁପିଆଇ ଦ୍ବାରା ଟଙ୍କା ଟ୍ରାନ୍ସଫର ଉପରେ ଏବେ ଲାଗିବ ଚାର୍ଜ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଜିନିଷ କିଣିବା ପାଇଁ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ୟୁପିଆଇ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏବେ ଚାର୍ଜ ଲାଗିପାରେ | ଆରବିଆଇ ଅର୍ଥାତ ରିଜର୍ଭ ବ୍ୟାଙ୍କ ୟୁପିଆଇ ମାଧ୍ୟମରେ ହେଉଥିବା କାରବାର ଉପରେ ଶୁଳ୍କ ଆଦାୟ କରିବାକୁ ବିଚାର କରୁଛି । ଏହାଛଡ଼ା ଡେବିଟ୍ କାର୍ଡ ଦ୍ୱାରା ଟଙ୍କା ଟ୍ରାନ୍ସଫର ମଧ୍ୟ ଏବେ ଆପଣଙ୍କ ପକେଟ୍ ଉପରେ ଭାରି ପଡ଼ିପାରେ | ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେମେଣ୍ଟ ସିଷ୍ଟମ ଉପରେ ଶୁଳ୍କ ଆଦାୟ ନେଇ ଏକ ସମୀକ୍ଷା ପେପର ଜାରି କରିଛି। ଏଥିରେ ପେମେଣ୍ଟ ସିଷ୍ଟମରେ ଉନ୍ନତି ଆଣିବା ସହ ଟଙ୍କା କାରବାରରେ ସ୍ୱଚ୍ଛତା ଆଣିବା ନେଇ ଆଲୋଚନା ହୋଇଛି। ଏଥିରେ, ୟୁପିଆଇ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ଇତ୍ୟାଦି ଅନଲାଇନ୍ ପେମେଣ୍ଟ ପାଇଁ ସମସ୍ତ ପ୍ରକାରର ଦେୟ ବ୍ୟବସ୍ଥା ଉପଲବ୍ଧ | ଆରବିଆଇ ତରଫରୁ ପାଣ୍ଠି ସ୍ଥାନାନ୍ତର ପାଇଁ ହେଉଥିବା ବ୍ୟୟ ଭରଣା ୟୁପିଆଇ କାରବାରରୁ ଆଦାୟ କରିବା ଉପରେ ବିଚାର କରାଯାଉଛି। ଆରବିଆଇ ମଧ୍ୟ ଚାର୍ଜ ଲଗାଇବା ନେଇ ଲୋକଙ୍କଠାରୁ ପରାମର୍ଶ ଲୋଡ଼ିଛି। ଏହି ସମୀକ୍ଷା ପେପରରେ ଏହା ମଧ୍ୟ ପରାମର୍ଶ ଦିଆଯାଇଛି ଯେ ୟୁପିଆଇରେ ଚାର୍ଜ ନିର୍ଦ୍ଦିଷ୍ଟ ହାରରେ କିମ୍ବା ଟଙ୍କା ଟ୍ରାନ୍ସଫର ଅନୁଯାୟୀ ଚାର୍ଜ କରାଯିବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ, ୟୁପିଆଇ କାରବାର ଉପରେ କୌଣସି ଶୁଳ୍କ ଆଦାୟ କରାଯାଉ ନାହିଁ |

ଏନପିସିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ପ୍ରତି ମାସରେ ୟୁପିଆଇ ପେମେଣ୍ଟ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି | ପରିସଂଖ୍ୟାନରୁ ଜଣାପଡିଛି ଯେ ଦେଶରେ କେବଳ ଜୁଲାଇ ମାସରେ ହିଁ ମୋଟ ୬୦୦ କୋଟି ଟ୍ରାଞ୍ଜାକ୍ସନ କରାଯାଇଛି। ଏଥିରେ ମୋଟ ୧୦.୨ ଲକ୍ଷ ଟଙ୍କା କାରବାର ହୋଇଛି। ଦେଶରେ ୟୁପିଆଇ ୟୁଜରଙ୍କ ହାର ୭ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଡେବିଟ୍ କାର୍ଡ ବ୍ୟବହାର ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ଶୁଳ୍କ ଆଦାୟ ଉପରେ ବିଚାର କରୁଛି। ତେବେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତଙ୍କ ପରାମର୍ଶ ବିଚାର କରାଯିବ ବୋଲି ଆରବିଆଇ କହିଛି। ୟୁପିଆଇ ଉପରେ ଫି’ ଆଦାୟ କରାଯିବା ଉଚିତ କି ନୁହେଁ ତାହା ଉପରେ ଆପଣ ଆରବିଆଇକୁ ନିଜ ମତ ଦେଇପାରିବେ | ଏଥିପାଇଁ ଆପଣ dpssfeedback@rbi.org.in ରେ ଇ-ମେଲ ମାଧ୍ୟମରେ ଆରବିଆଇକୁ ଆପଣଙ୍କର ପରାମର୍ଶ ପଠାଇ ପାରିବେ |

ରିଜର୍ଭ ବ୍ୟାଙ୍କର ଯୁକ୍ତି ହେଲା ଯେ ଏହାର ପଇସା ସର୍ବସାଧାରଣରେ ଲାଗିଛି । ଏଭଳି ସ୍ଥିତିରେ ଏହାର ବ୍ୟୟ ଭରଣା ହେବା ଆବଶ୍ୟକ | ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ରିଅଲ ଟାଇମ ଗ୍ରସ ସେଟେଲମେଣ୍ଟ (ଆରଟିଜିଏସ) ରେ ଆଦାୟ କରାଯାଉଥିବା ଶୁଳ୍କ ଆୟର ମାଧ୍ୟମ ନୁହେଁ। ୟୁପିଆଇ ଉପରେ ଖର୍ଚ୍ଚ ଭରଣା କରାଯିବ, ଯାହା ଦ୍ଵାରା ଭବିଷ୍ୟତରେ ଏହି ପେମେଣ୍ଟ ସିଷ୍ଟମ ବିନା କୌଣସି ପ୍ରତିବନ୍ଧକରେ ଜାରି ରହିବ |

Exit mobile version