Site icon ଆଜିକାଲି

ବ୍ରିଟେନ ରାଜା ଭାବେ ଆଜି ହେବ ଚାର୍ଲ୍ସଙ୍କ ଆନୁଷ୍ଠାନିକ ରାଜ୍ୟାଭିଷେକ

ଲଣ୍ଡନ: ଆଜି ସେଣ୍ଟ ଜେମ୍ସ ପ୍ୟାଲେସରେ ଏକ ଐତିହାସିକ ଉତ୍ସବରେ ପ୍ରିନ୍ସ ଚାର୍ଲ୍ସଙ୍କୁ ଆନୁଷ୍ଠାନିକ ଭାବେ ବ୍ରିଟେନର ରାଜା ଘୋଷିତ କରାଯିବ। ନୂଆ ସମ୍ରାଟଙ୍କ ରାଜ୍ୟାଭିଷେକର ଏହା ହେବ ଏକ ସର୍ବସାଧାରଣ ଘୋଷଣା।

ପରମ୍ପରା ଅନୁସାରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଚାର୍ଲ୍ସ ବ୍ରିଟେନର ନୂଆ ରାଜା ହୋଇଛନ୍ତି । ରାଣୀଙ୍କ ମୃତ୍ୟୁର ୨୪ ଘଣ୍ଟା ମଧ୍ୟରେ ପାରମ୍ପରିକ ଭାବେ ନୂଆ ଶାସକଙ୍କ ରାଜ୍ୟାଭିଷେକ ପାଇଁ ଏକ ବୈଠକ ଡକାଯାଇଥାଏ । କିନ୍ତୁ ରାଣୀଙ୍କ ମୃତ୍ୟୁ ନେଇ ଘୋଷଣା ବିଳମ୍ବ ହେବାରୁ ଶୁକ୍ରବାର ନୂଆ ରାଜାଙ୍କ ରାଜ୍ୟାଭିଷେକ ଉତ୍ସବ ପାଇଁ ପର୍ଯ୍ୟାପ୍ତ ସମୟ ନଥିଲା | ‘ଚାର୍ଲ୍ସ ତୃତୀୟ’ ଭାବେ ଜଣାଯିବେ ରାଜା ଚାର୍ଲ୍ସ ।

‘ସମ୍ରାଟ ଚାର୍ଲ୍ସ ତୃତୀୟ’ ଭାବେ ନୂଆ ଉପାଧିର ସାର୍ବଜନୀନ ଘୋଷଣା ଅନେକ ପର୍ଯ୍ୟାୟ ପରେ ଶେଷ ହେବ । ନୂତନ ରାଜାଙ୍କ ରାଜ୍ୟାଭିଷେକ ଘୋଷଣା ପରେ ଦିବଂଗତ ରାଣୀଙ୍କ ପାଇଁ ଅର୍ଦ୍ଧ ନମିତ ହୋଇଥିବା ପତାକା ସମ୍ପୂର୍ଣ୍ଣ ରୂପେ ଉତ୍ତୋଳନ କରାଯିବ। ରାଜ୍ୟାଭିଷେକ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ । ରାଜ୍ୟାଭିଷେକ ସମ୍ବନ୍ଧୀୟ ପରିଷଦରେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ, ବିଚାରପତି ଏବଂ ଇଂଲଣ୍ଡ ଚର୍ଚ୍ଚର ବ୍ୟକ୍ତିମାନେ ସାମିଲ ହୋଇଥାନ୍ତି ।

Exit mobile version