Site icon ଆଜିକାଲି

ରାଜସ୍ଥାନରେ ଖସିପଡିଲା ଚାର୍ଟାର୍ଡ ପ୍ଲେନ୍

**EDS: SCREENSHOT** Bharatpur: People gather near the wreckage of a helicopter that crashed during a training, in Bharatpur district, Saturday, Jan. 28, 2022. (PTI Photo) (PTI01_28_2023_000026B)

ନୂଆଦିଲ୍ଲୀ : ରାଜସ୍ଥାନର ଭରତପୁରରେ ମଧ୍ୟ ଏକ ବିମାନ କ୍ରାଶ୍ ହେବା ଖବର ରହିଛି । ଗଣମାଧ୍ୟମ ରିପୋର୍ଟରେ ଏହି ବିମାନ ବାୟୁସେନାର ଯୁଦ୍ଧ ବିମାନ ବୋଲି କୁହାଯାଇଛି । କିନ୍ତୁ ଭରତପୁରର ଡିସି ଆଲୋକ ରଂଜନ ଏହା ଏକ ଚାର୍ଟାର୍ଡ ​​ବିମାନ ବୋଲି କହିଛନ୍ତି। 

ସୂଚନା ଯେ, ଜିଲାର ପିଙ୍ଗୋରା ରେଳ ଷ୍ଟେସନ ନିକଟ ଭରତପୁରରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆକାଶରେ ହିଁ ବିମାନରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାରେ ମୃତାହତ ସମ୍ପର୍କରେ କିଛି ସୂଚନା ନାହିଁ । ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Exit mobile version