Site icon ଆଜିକାଲି

ଏନସିପି ନେତା ଛଗନ ଭୂଜବଳଙ୍କ ବଡ଼ ବୟାନ – କହିଲେ ଶରଦ ପାୱାର ହିଁ ବିଜେପି ସହ ଆଲୋଚନା କରିବାକୁ ଦେଇଥିଲେ ପରାମର୍ଶ

ମୁମ୍ବାଇ: ଏକଦା ଶରଦ ପାୱାରଙ୍କ ଘନିଷ୍ଠ ସହଯୋଗୀ ଥିବା ଛଗନ ଭୂଜବଳ ବିଡ୍ ଠାରେ ଏକ ରାଲିରେ ଏନସିପି ମୁଖ୍ୟଙ୍କୁ ଟାର୍ଗେଟ୍ କରିବାକୁ ପଛେଇ ନାହାଁନ୍ତି । ପାଓ୍ବାରଙ୍କ ଉପରେ ବଡ଼ ଆରୋପ ବି ଲଗାଇଛନ୍ତି ଭୂଜବଳ । ବର୍ତ୍ତମାନ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଥିବା ଭୂଜବଳ କହିଛନ୍ତି ଯେ ପାଓ୍ବାର ହିଁ ବିଜେପି ସହ ଆଲୋଚନା କରିବାକୁ ତାଙ୍କ ପୁତୁରା ଅଜିତ ପାୱାରଙ୍କୁ ପରାମର୍ଶ ଦେଇଥିଲେ ।

ଭୂଜବଳ କହିଛନ୍ତି, “ଶରଦ ପାଓ୍ବାର ହିଁ ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ, ଜୟନ୍ତ ପାଟିଲଙ୍କୁ ଦିଲ୍ଲୀ ଯିବାକୁ କହିଥିଲେ । ମନ୍ତ୍ରୀ ପଦ ସହ ବିଧାୟକ ତଥା ସାଂସଦ ଆସନ ଉପରେ ବିଜେପି ସହିତ ଆଲୋଚନା କରିବାକୁ ମଧ୍ୟ ପାଓ୍ବାର ପରାମର୍ଶ ଦେଇଥିଲେ । ସେହି ତାଲିକାରେ ଜୟନ୍ତ ପାଟିଲ ମଧ୍ୟ ଥିଲେ, ଏବେ ଆପଣ (ପାଓ୍ବାର) କାହିଁକି ନିରବ ? ”

ସେ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ପାୱାରଙ୍କ ମଞ୍ଚରୁ ଭାଷଣ ଦେଉଛନ୍ତି ସେମାନେ ସମସ୍ତେ ବିଜେପି ସହ ହାତ ମିଳାଇବା ପାଇଁ ଏକ ସଂକଳ୍ପ ପତ୍ରରେ ଦସ୍ତଖତ କରିଥିଲେ । ଶରଦ ପାୱାରଙ୍କ ବିରୋଧରେ ଅଜିତ ପାୱାର ଏବଂ ତାଙ୍କ ସମର୍ଥକଙ୍କ ବିଦ୍ରୋହ ପରେ ଭୂଜବଳଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ୟୋଲାରେ ପ୍ରଥମ ଜନ ସମାବେଶ କରିଥିଲେ।

ଭୁଜବଲ କହିଛନ୍ତି ଯେ ଏଠାରେ ଏକାଠି ହୋଇଥିବା ନେତା ଜଣେ ଜଣେ ପ୍ରମାଣ ଯେ ଏନସିପି ଅଜିତ ଦାଦାଙ୍କ ସହ ଅଛି ଏବଂ ଅଜିତ ଦାଦା ହିଁ ଏନସିପି ସଭାପତି । ସେ କହିଛନ୍ତିି ଯେ ସମସ୍ତ ଏନସିପି ବିଧାୟକ ବିଜେପିକୁ ସମର୍ଥନ କରିବା ପାଇଁ ଏକ ପତ୍ରରେ ଦସ୍ତଖତ କରିଥିଲେ । ଶରଦ ପାୱାର ହିଁ ୨୦୧୪ରୁ ଆମକୁ ବିଜେପି ଆଡକୁ ଠେଲିଛନ୍ତି।

ଇତି ମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଦାବି କରିଛି ଯେ ଶରଦ ପାୱାରଙ୍କ ସମେତ ସମସ୍ତ ବିରୋଧୀ ନେତା ମିଳିତ ଭାବେ ୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବାକୁ ପ୍ରସ୍ତୁତ।

Exit mobile version