Site icon ଆଜିକାଲି

ଛତିଶଗଡ଼ କୋଲ ବ୍ଲକ ଆବଣ୍ଟନ ମାମଲା : ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟପୁର: ଛତିଶଗଡ଼ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ସ୍ପେଶାଲ କୋର୍ଟ ସମସ୍ତ ଅଭିଯୁ୍‌କ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟସଭା ଏମପି ବିଜୟ ଦର୍ଡା, ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡା, ପୂର୍ବତନ କୋଇଲା ସଚିବ ଏଚସି ଗୁପ୍ତା, ମନୋଜ କୁମାର ଜୟସ୍ବାଲ ଏବଂ ଅନ୍ୟ କେତେଜଣ ଏଥିରେ ସାମିଲ ଅଛନ୍ତି। ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଆଇପିସି ଧାରା ୧୨୦ ବି, ୪୨୦ ଓ ଭ୍ରଷ୍ଟାଚାର ଅଧିନିୟମର ବିଭିନ୍ନ ଧାରା ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁଲାଇ ୧୮ରେ ହେବ।

Exit mobile version