Site icon ଆଜିକାଲି

ଛତିଶଗଡ ମାଓବାଦୀ ଆକ୍ରମଣ ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଛତିଶଗଡ ଦନ୍ତଓ୍ବୋଡାରେ ବୁଧବାର ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର ଶହିଦ ହୋଇଛନ୍ତି। ଏହି ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସାହସୀ ସୈନିକମାନଙ୍କୁ ଆମେ ସମ୍ମାନ ଜଣାଇଛୁ। ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା।

Exit mobile version