Site icon ଆଜିକାଲି

ଜାତୀୟ ଜଳ ଶକ୍ତି ପୁରସ୍କାରରେ ଗଞ୍ଜାମ ଶ୍ରେଷ୍ଠ ଜିଲା, ଟିମ୍ ଗଞ୍ଜାମକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଜାତୀୟ ଜଳ ଶକ୍ତି ପୁରସ୍କାରରେ ଗଞ୍ଜାମ ଜିଲାର ଶ୍ରେଷ୍ଠ ପ୍ରଦର୍ଶନ। ଚତୁର୍ଥ ଜାତୀୟ ଜଳ ଶକ୍ତି ପୁରସ୍କାରର ‘ଶ୍ରେଷ୍ଠ ଜିଲା’ ଶ୍ରେଣୀରେ ଏକ ନମ୍ବର ମାନ୍ୟତା ହାସଲ କରିଛି ଗଞ୍ଜାମ ଜିଲା । କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଦିଆଯାଏ ଏହି ପୁରସ୍କାର। ଗଞ୍ଜାମ ଜିଲାକୁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍ ଗଞ୍ଜାମକୁ ଅଭିନନ୍ଦନ ଜଣାଇଛନ୍ତି।

Exit mobile version