Site icon ଆଜିକାଲି

ଏସୀୟ ଯୁବ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ବିଜେତା ସବିତା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : କୁଏତରେ ଖେଳାଯାଉଥିବା ଚତୁର୍ଥ ଏସୀୟ ଯୁବ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର ହର୍ଡଲସରେ ରୌପ୍ୟ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ସବିତା ଟପ୍ପୋ । ସବିତାଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଦିନରେ ମଧ୍ୟ ସବିତା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି କହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସବିତା ହେଉଛନ୍ତି ଓଡିଶା ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନସ ସେଣ୍ଟରର ପ୍ରଶିକ୍ଷାର୍ଥୀ ।

Exit mobile version