Site icon ଆଜିକାଲି

ହକି ବିଶ୍ୱକପ ଟ୍ରଫି ଟୁର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ଵକପ ପାଇଁ ରୋମାଞ୍ଚ ଧୀରେ ଧୀରେ ବଢ଼ିବାରେ ଲାଗିଥିବା ବେଳେ ଆଜି ହକି ବିଶ୍ବକପ ଟ୍ରଫି ଟୁର୍ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍ ଟ୍ରଫି ଟୁର ଉଦଘାଟନ କରିଛନ୍ତି । ୨୧ ଦିନରେ ୧୩ଟି ରାଜ୍ୟ ବୁଲିବ ଟ୍ରଫି । ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ବୁଲିବ ବିଶ୍ୱକପ ଟ୍ରଫି । ଏହିମାସ ୨୫ରେ ଓଡ଼ିଶା ଫେରିବ ଟ୍ରଫି । ଏହାଛଡା ଓଡ଼ିଶାର ୩୦ ଜିଲ୍ଲା ପରିକ୍ରମା କରିବ ଟ୍ରଫି ।

ହକି ବିଶ୍ୱକପ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ମହାସଚିବ ଭୋଲାନାଥ ସିଂହ,କ୍ରୀଡା ସଚିବ ଆର୍. ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପ ହକି । ରାଉରକେଲାରେ ଏଥିପାଇଁ ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ ପ୍ରାୟ ଶେଷ ଅବସ୍ଥାରେ ପହଞ୍ଚିଛି । ବିଶ୍ୱକପ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି ‌।

Exit mobile version