Site icon ଆଜିକାଲି

ନିପ୍ପନ ଷ୍ଟିଲ କାରଖାନା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଟୋକିଓ : ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିପ୍ପନ ଇସ୍ପାତ କାରଖାନା ପରିଦର୍ଶନ କରିଛନ୍ତି । ନିପ୍ପନ ଷ୍ଟିଲ କାରଖାନା ପରିଦର୍ଶନ କରିବା ସହ ଶିଳ୍ପାୟନ ଓ ପ୍ରଯୁକ୍ତି ସଂପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ। ଆଜି ଆଉ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଗତକାଲି ମୁଖ୍ୟମନ୍ତ୍ରୀ ଟୋକିଓରେ ବିଜନେସ ମିଟକୁ ସମ୍ବୋଧନ କରିବା ସହ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଜାପାନୀ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଥିଲେ । ଏଥିସହ ସେ ଜାପାନର ଶିଳ୍ପପତିଙ୍କ ସହ ୱ।ନ ଟୁ ୱ।ନ ଆଲୋଚନା କରିଥିଲେ। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଜାପାନରୁ ୨୬ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଛି ।

Exit mobile version