Site icon ଆଜିକାଲି

ଆଜି ହାଇଦ୍ରାବାଦରେ ଶିଳ୍ପପତିଙ୍କ ସହ ଓ୍ବାନ୍ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ । ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ପରେ ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ ହେବାକୁ ଯାଉଛି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ଓ୍ବାନ୍ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀରେ ସ୍ୱାସ୍ଥ୍ୟ ଏବଂ ଫାର୍ମା, ଆଇଟି, ମେଟାଲ, ଏବଂ ମେଟାଲ ଡାଉନ ଷ୍ଟ୍ରିମ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ମାଇନିଂ ମେସିନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କଂପାନି ମୁଖ୍ୟଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ।

ତେବେ ଇନଭେଷ୍ଟର୍ସ ମିଟ୍ ପୂର୍ବରୁ ରବିବାର ସନ୍ଧ୍ୟାରେ ସେଠାରେ କିଛି ଶିଳ୍ପଦ୍ୟୋଗୀଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଚର୍ଚ୍ଚା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା। ମୋଟ୍ ୧୩ ଜଣ ପୁଞ୍ଜି ନିବେଶକଙ୍କ ସହ ବୈଠକ କରିଛନ୍ତି । ବିଶେଷ କରି ଫୁଡ୍ ପ୍ରୋସେସିଂ, ମେଟାଲ ଡାଉନ ଷ୍ଟ୍ରିମ, ହେଲଥ କେୟାର, ଆଇଟି, ଟେକ୍ସଟାଇଲ, ମାଇନିଂ ମେସନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କଂପାନି ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ। ଜେମିନ୍ ଅଏଲ୍ସ ଆଣ୍ଡ ଫ୍ୟାଟସ୍‍ , ସୁଧାକର ପାଇପ୍ସ, ଏସ୍ କେ ଫେବ୍ରିକେସନ୍ , ଲକ୍ଷ୍ମୀ ସ୍ପିନିଂ ମିଲ୍ସ , ଗ୍ରୀନକୋ ଏନର୍ଜୀ ଅଧିକାରୀଙ୍କୁ ଓଡ଼ିଶାରେ ଶିଳ୍ପାୟନ ପାଇଁ ମିଳୁଥିବା ସୁବିଧା ସଂପର୍କରେ ବୁଝାଇଛନ୍ତି ।

ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ସାମିଲ ହେବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ଓ ବିଦେଶରେ ନିବେଶ ସମ୍ମିଳନୀ କରି ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋସ ସୋ ମାଧ୍ୟମରେ ପୁଞ୍ଜିନିବେଶକାରୀଙ୍କ ଆକୃଷ୍ଟ କରୁଛନ୍ତି ନବୀନ । ସେପଟେ ହାଇଦ୍ରାବାଦ କାର୍ଯ୍ୟକ୍ରମ ଶେଷ କରି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବୁଧବାର ମୁମ୍ବାଇ ସ୍ଥିତ ଓଡ଼ିଶା ଭବନ ସଂପ୍ରସାରଣର ଭିତ୍ତିପ୍ରସ୍ତର ରଖିବେ । ସେହିଦିନ ସନ୍ଧ୍ୟାରେ ନବୀନ ଓଡ଼ିଶା ଫେରିବେ ।

Exit mobile version