Site icon ଆଜିକାଲି

ଭାରତ ମହାସାଗରରେ ୩ଟି ନୌସେନା ଘାଟି କରି ଯୁଦ୍ଧ ବିମାନକୁ ମୁତୟନ କରିଛି ଚୀନ

DCIM100MEDIADJI_0846.JPG

ନୂଆଦିଲ୍ଲୀ : ବେଜିଙ୍ଗର ସାମୁଦ୍ରିକ ଅଭିସନ୍ଧି । ଭାରତ ମହାସାଗରରେ ୩ଟି ନୌସେନା ଘାଟି କରି ନିଜ ଯୁଦ୍ଧ ବିମାନକୁ ମୁତୟନ କରିଛି ଚୀନ । ସାଟେଲାଇଟ ଜରିଆରୁ ମିଳିଥିବା ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ଆଫ୍ରିକୀୟ ଦେଶ ଜିବୁଟିରେ ଚୀନ ନୌସେନା ଘାଟି କାର୍ଯ୍ୟକ୍ଷମ ହୋଇଛି । ଜିବୁଟ ହେଉଛି ଚୀନର ପ୍ରଥମ ଦରିଆପାରି ସେନା ଘାଟି । ୨୦୧୬ରୁ ଏହି ଘାଟିକୁ ତିଆରି କରିଆସୁଛି ଚୀନ୍ । ଏହି ଘାଟିରୁ ଚୀନ୍ ବିଭିନ୍ନ ସ୍ଥାନକୁ ଆକ୍ରମଣ କରିପାରିବାରେ ସକ୍ଷମ ବୋଲି ଜଣାପଡିଛି ।

ଯେଉଁ ସାଟେଲାଇଟ୍ ଇମେଜ ବା ଫୋଟୋ ଦେଖୁଛନ୍ତି ତାହା ମାକ୍ସରରୁ ସଂଗୃହୀତ ହୋଇଛି । ଏହି ଫଟୋରେ ଚାଇନାର ଯୁଝାଓ ବର୍ଗର ତଥା ୩୨୦ ମିଟର ଲମ୍ବ ବିଶିଷ୍ଟ ଏକ ଯୁଦ୍ଧଜାହାଜ ନୌସେନା ଘାଟିରେ ସାମିଲ ରହିଥିବା ବେଳେ ସେଠାରେ ଏକ ହେଲିକପ୍ଟର ଚଳାଚଳ କରୁଥିବା ଜଣାପଡିଛି । ନିିକଟରେ ଚୀନ ନିଜର ଅତ୍ୟାଧୁନିକ ବାଲାଷ୍ଟିକ ମିଶାଇଲ୍ ଟ୍ରାକିଂ ଜାହାଜ ୟୁଆନ ୱଙ୍ଗ ୫କୁ ଶ୍ରୀଲଙ୍କାର ହମ୍ବନଟୋଟାରେ ମୁତୟନ କରିଛି । ଆଉ ଏବେ ଏହି ସାଟେଲାଇଟ୍ ଇମେଜ ସେହି ସମୟରେ ଆସିଛି ଯେଉଁ ସମୟରେ ଭାରତର ବିରୋଧ ସତ୍ତ୍ୱେ ଶ୍ରୀଲଙ୍କର ଅନୁମତିକ୍ରମେ ଚୀନ ନିଜର ଏହି ମିଶାଇଲ ଟ୍ରାକିଂ ଜାହାଜ ମୁତୟନ କରିଛି । ଚୀନ୍ ଏହି ଜାହାଜକୁ ଗବେଷଣା ଦିଗରେ ବ୍ୟବହାର କରିବ ବୋଲି କହିଥିବାବେଳେ ଭାରତ ଏହାକୁ ଗୁପ୍ତଚର ଜାହାଜ ବୋଲି କହିଛି ।

Exit mobile version