Site icon ଆଜିକାଲି

ବିଦେଶୀ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟିନ୍ ନିୟମ ଛାଡ଼ କଲା ଚୀନ୍

ବେଜିଂ: କରୋନା ବିସ୍ଫୋରଣ ମଧ୍ୟରେ ଚୀନ୍ ଜିରୋ କୋଭିଡ ନୀତିକୁ ଆହୁରି କୋହଳ କରିଛି। ଚୀନ୍ ସରକାର ବିଦେଶୀ ଯାତ୍ରୀଙ୍କୁ କ୍ବାରେଣ୍ଟିନରୁ ଛାଡ଼ କରିଛନ୍ତି । ଚୀନ୍ କହିଛି ଯେ ଜାନୁଆରୀ ୮ ରୁ ବିଦେଶୀ ଯାତ୍ରୀଙ୍କୁ ଆଉ କ୍ୱାରାଣ୍ଟିନରେ ରହିବାକୁ ପଡିବ ନାହିଁ। ମାର୍ଚ୍ଚ ୨୦୨୦ ପରଠାରୁ ଚୀନ୍‌ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କ୍ବାରେଣ୍ଟିନ୍ ବାଧ୍ୟତାମୂଳକ କରିଥିଲା ।

ଏହାଛଡ଼ା ଚୀନ୍ ମଧ୍ୟ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଛି। ସବୁ ଦେଶର ଯାତ୍ରୀ ଏବେ ଚୀନ୍ ଆସି ସେଠାରେ ବିନା କଟକଣାରେ ବୁଲିପାରିବେ | ଚୀନ୍ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସେଠାରେ ପଢୁଥିବା ଭାରତୀୟ ଛାତ୍ର ମଧ୍ୟ ଉପକୃତ ହେବା ସମ୍ଭାବନା ରହିଛି।

ଚୀନ୍ ସରକାର ଅଫିସ, କାରଖାନା, ବଜାର ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି । ସୋମବାର ରାଜଧାନୀ ବେଜିଂ ଏବଂ ବୃହତ୍ତମ ସହର ସାଂଘାଇର ମେଟ୍ରୋ ଟ୍ରେନ୍ ଗୁଡ଼ିକ ଚାଲିଥିଲା ।

Exit mobile version