Site icon ଆଜିକାଲି

ଚୀନ୍ ସେନା କାରକେଟ୍ ଉପରକୁ ହମଲା; କେଆଇଏ ଆକ୍ରମଣ କରିଥିବା ଜୁଣ୍ଟାର ଦାବି

ନୂଆଦିଲ୍ଲୀ: ଚୀନ ସେନା କାରକେଟ୍ ଉପରେ ମିଆଁମାର ବିଦ୍ରୋହୀଙ୍କ ଆକ୍ରମଣ । ଶନିବାର ଏକ ସଶସ୍ତ୍ର ଜାତୀୟ ସମୂହ, ପିଏଲଏ ସୈନ୍ୟ କାଫିଲା ଗାଡ଼ିକୁ ହମଲା କରିଥିବା ଅଭିଯୋଗ କରିଛି ଜୁଣ୍ଟା । ସୀମା ସୁରକ୍ଷା ବୈଠକ ପାଇଁ ଯାଉଥିବା ଯବାନମାନଙ୍କୁ ଟାର୍ଗେଟ୍ କରିଥିଲେ ମିଆଁମାଲ ବିଦ୍ରୋହୀ ଗୋଷ୍ଠୀ ।

ଜୁଣ୍ଟା ମୁଖପାତ୍ର ଜାଁ ମିନ୍ ତୁନଙ୍କ ବୟାନ କୁ ନେଇ ଏଏଫପି କହିଛନ୍ତି, କାଚିନ୍ ଇଣ୍ଡିପେଣ୍ଡନ୍ସ ଆର୍ମି ବା କେଆଇଏ ସଦସ୍ୟମାନେ କାଫିଲା ଆକ୍ରମଣ କରିଥିଲେ । ଚୀନ ସୈନ୍ୟ ପ୍ରତିନିଧି ଓ ମିଆଁମାର ସମକକ୍ଷ ଯବାନକୁ ନେଇ କନଭେୟରେ କାଚିନ ରାଜ୍ୟର ମାୟିକ୍ତିନା ପ୍ରାନ୍ତକୁ ଯାଉଥିଲା । ଏହି ସମୟରେ କେଆଇଏ ସଦସ୍ୟମାନେ ଅତର୍କିତ ଗୁଳିମାଡ଼ କରିଥିଲେ । ଜୁଣ୍ଟା ଅନୁଯାୟୀ, କନଭେୟର ଦ୍ବିତୀୟ ସ୍ଥାନରେ ଥିବା ଏକ ଗାଡ଼ି ଉପରକୁ ପାଞ୍ଚ ଥର ଗୁଳିମାଡ଼ କରାଯାଇଥିଲା । ହେଲେ ଏଥିରେ କ୍ଷୟକ୍ଷତି ହୋଇନାହିଁ ।

ଜୁଣ୍ଟାର ଦାବି ବିଦ୍ରୋହୀଗୋଷ୍ଠୀ ଖଣ୍ଡନ କରିଛନ୍ତି । କେଆଇଏ କର୍ଣ୍ଣେଲ ନାଉ ବୁ ଏଏଫପିକୁ କହିଛନ୍ତି, କେଆଇଏ କୌଣସି ସୈନ୍ୟ କାଫିଲା ଉପରେ ହମଲା କରିନାହିଁ । ଏହା ପ୍ରଥମ ନୁହେଁ, ମିଆଁମାରର ବିଦ୍ରୋହୀ ସମୂହ ଚୀନ୍ ସୈନ୍ୟ କନଭେୟ ଉପରେ ବହୁବାର ହମଲା କରିଥିବା ଅଭିଯୋଗ ହୋଇଛି । ମେ’ ମାସରେ ଚୀନ ବିଦେଶ ମନ୍ତ୍ରୀ ଯୁଦ୍ଧଗ୍ରସ୍ତ ଦେଶକୁ ଯାତ୍ରା କରିବାର କିଛି ଦିନ ପରେ ନାଟୋଗୀ ଗରିଲ୍ଲା ଫୋର୍ସ ଚୀନର ଗ୍ୟାସ ପାଇପ୍ ଲାଇନ ଉପରେ ହମାଲା କରିଥିଲା ।

Exit mobile version