Site icon ଆଜିକାଲି

‘ଆଦିପୁରୁଷ’କୁ ବ୍ୟାନ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସିନେ ୱାର୍କର୍ସ ଆସୋସିଏସନ୍, ଲେଖକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି

ନୂଆଦିଲ୍ଲୀ: ପ୍ରଭାସ ଏବଂ କୃତି ସାନନ ଅଭିନୀତ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାର ନାଁ ଧରୁନି । କିଛି ଚରିତ୍ରଙ୍କ ଆପତ୍ତିଜନକ ଚିତ୍ରଣ ଓ ସଂଳାପ ନେଇ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମକୁ ତୀବ୍ର ବିରୋଧ କରାଯାଉଛି । ଏପରିକି ନେପାଳରେ ମଧ୍ୟ ‘ଆଦିପୁରୁଷ’କୁ ବ୍ୟାନ୍ କରାଯାଇଛି। ମହାରାଷ୍ଟ୍ରର ପାଲଘରରେ ଫିଲ୍ମର ସ୍କ୍ରିନିଂ ବନ୍ଦ ହେବା ସୂଚନା ମିଳିଛି ।

ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ପୌରାଣିକ ଫିଲ୍ମ ବିରୋଧରେ ଏବେ ଚଳଚ୍ଚିତ୍ର ସଂଗଠନ ଗୁଡ଼ିକ ମଧ୍ୟ ସାମିଲ ହୋଇଛନ୍ତି । ‘ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏହି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରିବାକୁ ଦାବି କରିଛି। କୌଣସି ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏହାର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଛି।

ଏହାଛଡ଼ା ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ, ସଂଳାପ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲା ଏବଂ ଫିଲ୍ମର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ଦାବି କରିଛି ।

ବିବାଦ ସତ୍ତ୍ୱେ ‘ଆଦିପୁରୁଷ’ ରବିବାର ପର୍ଯ୍ୟନ୍ତ ଭଲ ବ୍ୟବସାୟ କରିଥିଲା। ତେବେ ସୋମବାର ଠାରୁ ଫିଲ୍ମର ଆୟରେ ପ୍ରାୟ ୭୦% ହ୍ରାସ ରେକର୍ଡ କରାଯାଇଛି ।

Exit mobile version