Site icon ଆଜିକାଲି

ନାଇଜେରିଆରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ : ୧୬ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ନାଇଜେରିଆରେ ଦୁଇ ସମୁଦାୟ ମଧ୍ୟରେ ବିଦ୍ରୋହ ଉଗ୍ର ହୋଇଛି । ଗତ କିଛି ବର୍ଷ ହେଲା ଲାଗି ରହିଥିବା ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି । ଦୁଇ ସମ୍ପ୍ରଦାୟ ସଂଘର୍ଷରେ ପ୍ରାୟ ୧୬ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।

ଉତ୍ତର-ମଧ୍ୟ ରାଜ୍ୟ ମାଳଭୂମି ଅଞ୍ଚଳରେ ଏହି ସଂଘର୍ଷ ହୋଉଛି । ଚାଷୀ ଓ ଗୃହପାଳିତ ପଶୁ ଚରାଳି ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବଢିଛି । ଚଳିତ ବର୍ଷ ମେ’ ମାସରେ ମଧ୍ୟ ହମଲା ହୋଇଥିଲା । ଏଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସମାଚାର ଏଜେନ୍ସି ମୁତାବକ, ଏହି ଅଞ୍ଚଳରେ କିଛି ବର୍ଷ ହେଲା ଏଭଳି ଉତ୍ତେଜନା ଲାଗି ରହିଛି । ଏହି ଅଞ୍ଚଳରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରେ ଲଗାତାର ସଂଘର୍ଷ ଖବର ସାମ୍ନାକୁ ଆସୁଛି ।

ରିପୋର୍ଟ ମୁତାବକ, ନାଇଜେରିଆରେ ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷ ଘଟଣା ମୁଶୁ ଗାଁରୁ ସାମ୍ନାକୁ ଆସିଛି । ଏଥିରେ ପ୍ରାୟ ୧୬ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଉଛି । ଏହାକୁ ନେଇ ନାଇଜେରିଆ ସେନା ତୁରନ୍ତ କୌଣସି ଜବାବ ଦେଇନାହିଁ ।

Exit mobile version