Site icon ଆଜିକାଲି

ବୃଦ୍ଧି ପାଇଲା ସିଏନଜି ଦର

ନୂଆଦିଲ୍ଲୀ: ଖାଉଟିଙ୍କୁ ଲାଗିଲା ଶକ୍ତ ଝଟକା ଲାଗିଛି। ଶୁକ୍ରବାର ପୁଣି ବଢିଲା ଗ୍ୟାସ ଦର । ରାଜଧାନୀ ଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ଼ (ଆଇଜିଏଲ) କିଲୋଗ୍ରାମ ପ୍ରତି କଂପରେସଡ଼ ନେଚୁରାଲ ଗ୍ୟାସ (ସିଏନଜି) ଦରରେ ୩ ଟଙ୍କା ବୃଦ୍ଧି କରିଛି । କେବଳ ସିଏନଜି ନୁହଁ ଡୋମେସ୍ଟିକ ପାଇପଡ଼ ନେଚୁରାଲ ଗ୍ୟାସ (ପିଏନଜି) ମଧ୍ୟ ମହଙ୍ଗା ହୋଇଛି। ନୂଆ ଦର ଶୁକ୍ରବାର ଠାରୁ ଲାଗୁ ହେବ ବୋଲି ଗ୍ୟାସ ବିତରଣ କମ୍ପାନୀ ଆଇଜିଏଲ ସୂଚନା ଦେଇଛି।

ରାଜଧାନୀ ଦିଲ୍ଲୀରେ ସିଏନଜି ଦାମ୍ ୭୫.୬୧ରୁ ବଢି ୭୮.୬୧ ଟଙ୍କା ହୋଇଛି । ସେହିପରି ଗ୍ରେଟର ନୋଏଡା ଏବଂ ଗାଜିଆବାଦ୍ ରେ ୭୮.୧୭ରୁ ୮୧.୧୭ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟାନ୍ୟ ସ୍ଥାନ ବିଷୟରେ କହିବାକୁ ଗଲେ ଗୁରୁଗ୍ରାମରେ ସିଏନଜିର ମୂଲ୍ୟ ୮୬.୯୪ ଟଙ୍କା, ରେୱାରୀ ୮୯.୦୭ ଟଙ୍କା, କର୍ଣ୍ଣଲରେ ୮୭.୨୭ ଟଙ୍କା, ମୁଜାଫରନଗରରେ ୮୫.୮୪ ଟଙ୍କା ଏବଂ କାନପୁରରେ ୮୯.୮୧ ଟଙ୍କା ରହିଛି। ସିଏନଜି ଦ୍ୱାରା ବୃଦ୍ଧି ପରେ ଓଲା-ଉବର ପରି ସେବାଗୁଡିକ ମଧ୍ୟ ଅଧିକ ଚାର୍ଜ କରିବେ। କିଛି ଦିନ ତଳେ ପ୍ରାକୃତିକ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଥିଲା। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ଆଶା କରିଥଲେ ଯେ ସିଏନଜି ଏବଂ ପିଏନଜି ମୂଲ୍ୟରେ ଏକ ବଡ ବୃଦ୍ଧି ଘଟିବ, ବର୍ତ୍ତମାନ ଏହି ଦିଗରେ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ୩ ଟଙ୍କା ବୃଦ୍ଧି ପାଇଛି, ଆଗାମୀ ଦିନରେ ଏହି ସଂଖ୍ୟା ହୋଇପାରେ।

Exit mobile version