Site icon ଆଜିକାଲି

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ : ପରଲୋକରେ ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ । ମାତ୍ର ୫୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି । ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ତାଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପାଖାପାଖି ୪୨ ଦିନ ହେବ ସେ ଚିକିତ୍ସିତ ଥିଲେ ।

ସୂଚନା ଯେ, ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍‌ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍‌’ ଓ ‘ମେନେ ପ୍ୟାର୍‌ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ‘ବିଗ୍‌ବସ୍’ ସିଜିନ୍‌-୩ରେ ବି ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ରାଜୁ ଆମଦାନି ଆଠାନି ଖର୍ଚ୍ଚା ରୁପୈୟା, ମେଁ ପ୍ରେମ୍ କୀ ଦିୱାନୀ ହୁଁ ଓ ବମ୍ବେ ଟୁ ଗୋଆ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

Exit mobile version