Site icon ଆଜିକାଲି

ମାସ ଆରମ୍ଭରୁ ହ୍ରାସ ପାଇଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ମାସ ଆରମ୍ଭରୁ ହ୍ରାସ ପାଇଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି। ଏଥିସହିତ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୬୪୬ ଟଙ୍କା ହୋଇଛି। ତୁରନ୍ତ ପ୍ରଭାବ ସହିତ ଏହି ନୂଆ ଦର ଲାଗୁ ହେବ।

ସେହିପରି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ ରୁ ୧,୫୯୮ ଟଙ୍କାକୁ ହ୍ରାସ ପାଇଛି। ଚେନ୍ନାଇରେ ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୮୪୦ ଟଙ୍କା ଏବଂ କୋଲକାତାରେ ୧,୭୮୭ ଟଙ୍କା ହୋଇଛି। ଜୁନ୍ ୧ ରେ କମର୍ସିଆଲ ଏଲପିଜି ଦର ପ୍ରାୟ ୬୯ ଟଙ୍କା ହ୍ରାସ ପାଇଥିଲା ଏବଂ ମେ ୧ ରେ ସିଲିଣ୍ଡର ପିଛା ୧୯ ଟଙ୍କା ହ୍ରାସ ପାଇଥିଲା।

Exit mobile version