Site icon ଆଜିକାଲି

ମାସ ଆରମ୍ଭରୁ ଖୁସି ଖବର: କମିଲା କମର୍ସିଆଲ ଗ୍ୟାସ ଦାମ୍‌

ନୂଆଦିଲ୍ଲୀ : କମିଲା କମର୍ସିଆଲ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ । ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୭୧.୫୦ ଟଙ୍କା ହ୍ରାସ ପାଇଛି । ଏହି ନୂଆ ଦର ଆଜିଠୁ ଲାଗୁ ହୋଇଛି । ଦିଲ୍ଲୀରେ କମର୍ସିଆଲ ଏଲ୍‌ପିଜିର ରିଟେଲ୍‌ ପ୍ରାଇସ୍‌ ରହିଛି ୧୮୫୬.୫୦ ଟଙ୍କା । ସେହିପରି କୋଲକାତାରେ ଦାମ୍ ୧୯୬୦.୫୦ ଟଙ୍କା, ମୁମ୍ବାଇରେ ୧୮୦୮.୫୦ଟଙ୍କା, ଚେନ୍ନାଇରେ ୨୦୨୧.୫୦ଟଙ୍କା ମୂଲ୍ୟ ରହିଛି । ମାତ୍ର ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏହା ପୂର୍ବରୁ ଏପ୍ରିଲ୍‌ ୧ ତାରିଖରେ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୯୧.୫୦ ଟଙ୍କା ହ୍ରାସ ପାଇଥିଲା । ଦୁଇ ମାସ ମଧ୍ୟରେ କମର୍ସିଆଲ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର ୨୬୩ ଟଙ୍କା ଶସ୍ତା ହେଲାଣି । ପ୍ରତିମାସ ପ୍ରଥମ ତାରିଖରେ ପେଟ୍ରୋଲିୟମ କମ୍ପାନୀମାନେ ରୋଷେଇ ଗ୍ୟାସର ଦାମ୍ ସ୍ଥିର କରିଥାନ୍ତି ।

Exit mobile version