Site icon ଆଜିକାଲି

ପୁଣି କମିଲା କମର୍ସିଆଲ ଏଲପିଜି ଦାମ୍

ନୂଆଦିଲ୍ଲୀ: ପୁଣି ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର । କ୍ରମାଗତ ଦ୍ବିତୀୟ ଥର କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ କମିଛି । କମର୍ସିଆଲ ଏଲପିଜି ଦାମ ସିଲିଣ୍ଡର ପିଛା ୮୩.୫୦ ଟଙ୍କା କମିଛି । ଆଜିଠାରୁ (ଜୁନ୍ ୧)ରୁ ନୂଆଦର ଲାଗୁ ହୋଇଛି | ତେବେ ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି ।

ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡର ଦାମ୍ ଏବେ ୧୭୭୩ ଟଙ୍କାକୁ ଖସି ଆସିଛି। କୋଲକାତାରେ ଏହା ବର୍ତ୍ତମାନ ୧୯୬୦.୫୦ ରୁ ୧୮୭୫.୫୦ ଟଙ୍କାକୁ ଖସି ଆସିଛି। ମୁମ୍ବାଇରେ କମର୍ସିଆଲ ଏଲପିଜି ଏବେ ୧୭୨୫ ଟଙ୍କାରେ ଉପଲବ୍ଧ । ପୂର୍ବେ ଏହା ୧୮୦୭.୫୦ ଟଙ୍କାରେ ବିକ୍ରି ହେଉଥିଲା । ଚେନ୍ନାଇରେ ଏହା ବର୍ତ୍ତମାନ ୧୯୩୭ ଟଙ୍କାରେ ମିଳିବ ।

Exit mobile version