Site icon ଆଜିକାଲି

କୋରାଇ ରେଳ ଦୁର୍ଘଟଣାର ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦିଆଗଲା ଅନୁକମ୍ପାମୂଳକ ସହାୟତା

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କୋରାଇ ବିଧାୟକ ଅଶୋକ ବଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ ଓ ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ପୂର୍ବରୁ ଘୋଷିତ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ବାବଦକୁ ଚେକ୍ ପ୍ରଦାନ କରିଛନ୍ତି। ଗତମାସରେ ଳ କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନର କିଛି ବଗି ଲାଇନଚ୍ୟୁତ ହୋଇ ପ୍ଲାଟଫର୍ମ ଉପରେ ମାଡିଯିବାରୁ ୩ ଜଣ ମହିଳା ପ୍ରାଣ ହରାଇଥିଲେ। ମୃତ ମହିଳାଙ୍କ ମଧ୍ୟରୁ ଜଣେ କୋରାଇ ଥାନା ଶଙ୍ଖପାରୀ ଗ୍ରାମର ସେକ୍ ମୋଇଉଦ୍ଦିନଙ୍କ ପତ୍ନୀ ଅବଜୁନ୍ ବିବି ହୋଇଥିବା ବେଳେ ଅନ୍ୟ ଦୁଇଜଣ ହେଲେ ପାଣିକୋଇଲି ଥାନା ତାଜପୁର ଗ୍ରାମର କୁନା ବିନ୍ଧାଣିଙ୍କ ସ୍ତ୍ରୀ ପାର୍ବତୀ ଓ ଝିଅ କଣ୍ଢେଇ ବିନ୍ଧାଣି।

Exit mobile version