Site icon ଆଜିକାଲି

ମଙ୍କିପକ୍ସକୁ ନେଇ ବଢିଲା ଚିନ୍ତା, ଭାରତରେ ‘କ୍ଲେଡ୍ ୧ବି’ ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ : ମଙ୍କିପକ୍ସକୁ ନେଇ ପୁଣି ବଢିଲା ଚିନ୍ତା। ଆଫ୍ରିକୀୟ ଦେଶରେ ଘାତକ ସାଜିଥିବା ମଙ୍କିପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ରେ ଜଣେ ଭାରତୀୟ ଯୁବକ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଷ୍ଟ୍ରେନକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେରଳର ଜଣେ ୩୮ ବର୍ଷୀୟ ଯୁବକ ମଙ୍କିପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ରେ ଚିହ୍ନଟ ହୋଇଛନ୍ତି। ଏହା ଦେଶର ପ୍ରଥମ ଘଟଣା। ତାଙ୍କ ପୂର୍ବରୁ ଦୁଇ ଜଣ ବ୍ୟକ୍ତ ମଙ୍କିପକ୍ସରେ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କର ନୂଆ ଭାରିଆଣ୍ଟ ନଥିଲା।

ସୂଚନା ଅନୁସାରେ, ସଂକ୍ରମିତ ଯୁବକ ଗତ ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ନମୂନା ପରୀକ୍ଷଣ ହୋଇଥିଲା। ପରୀକ୍ଷା ରିପୋର୍ଟରେ ସେ ମଙ୍କିପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି।

Exit mobile version