Site icon ଆଜିକାଲି

ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ କଂଗ୍ରେସ ନେତା ଗିରଫ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କଂଗ୍ରେସ ନେତା ତଥା କୋଲକାତା ହାଇକୋର୍ଟର ଓକିଲ କୌସ୍ତୁଭ ବାଗଚିଙ୍କୁ କୋଲକାତା ପୋଲିସ ଗିରଫ କରିଛି।

ଏକ ଘରୋଇ ଟେଲିଭିଜନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବାଗଚି ବିବାଦୀୟ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ବାଗଚିଙ୍କ ବିରୋଧରେ କୋଲକାତାର ବର୍ଟୋଲା ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା । ଏହି ଅଭିଯୋଗ ଆଧାରରେ କୋଲକାତା ପୋଲିସ ବାଗଚିଙ୍କ ବିରୋଧରେ ତୁରନ୍ତ ଏକ ମାମଲା ରୁଜୁ କରିଥିଲ । ବର୍ଟୋଲା ପୋଲିସ ଥାନାରୁ ଏକ ପୋଲିସ ଟିମ୍ ଶୁକ୍ରବାର ରାତି ପ୍ରାୟ ୩ଟାରେ ବାରାକୋର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ। ପୋଲିସ ବାଗଚିଙ୍କୁ ବହୁ ଘଣ୍ଟା ଧରି ପଚରାଉଚରା କରିବା ପରେ ଆଜି ସକାଳ ପ୍ରାୟ ୭.୩୦ରେ ତାଙ୍କୁ ଗିରଫ କରିଥିଲା।

କୌସ୍ତୁଭ ବାଗଚିଙ୍କ ଗିରଫ ପ୍ରତିବାଦରେ ପଶ୍ଚିମବଙ୍ଗ ଯୁବ କଂଗ୍ରେସ ବାର୍ଟୋଲା ପୋଲିସ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜ୍ୟ କଂଗ୍ରେସ ମୁଖପାତ୍ର ସୁମନ ରୟ ପୋଲିସର ଏପରି ରାତିଅଧିଆ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ମମତା ସରକାର କାହାର ବାକ୍ ସ୍ୱାଧୀନତାକୁ ଛଡ଼ାଇ ନେଇ ପାରିବେ ନାହିଁ। ସରକାର ତୁରନ୍ତ ବାଗଚିଙ୍କୁ ଛାଡ଼ିବା ପାଇଁ ସେ ଦାବି କରିଛନ୍ତି ।

FacebookTwitterLinkedinWhatsapp
Exit mobile version