Site icon
ଆଜିକାଲି

ମୁଲାୟମଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ଦାବି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ମରଣୋତ୍ତୋର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ମହାରାଷ୍ଟ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସୀମ ଖାନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଦାବି କରିଛନ୍ତି।

ସମାଜବାଦୀ ପାର୍ଟିର ଦିବଂଗତ ନେତା ସମାଜର ଅବହେଳିତ ବର୍ଗର ଯନ୍ତ୍ରଣା ବୁଝିଥିଲେ ଏବଂ ସେମାନଙ୍କ ପାଇଁ ସଂଗ୍ରାମ କରିଥିଲେ । ସମାଜବାଦୀ ପାର୍ଟି ନେତାଙ୍କ ବିୟୋଗରେ ସମଗ୍ର ଦେଶ ଶୋକାଭିଭୁତ ହୋଇଥିଲା । ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ମୁଲାୟମଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ଆରିଫ ନସୀମ ଖାନ୍ ଅନୁରୋଧ କରିଛନ୍ତି।

ମହମ୍ମଦ ଆରିଫ ନସୀମ ଖାନ ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ମୁଲାୟମ ସିଂ ଯାଦବଙ୍କୁ ଭାରତ ରତ୍ନ ଦାବି କରିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ବାଲିଆ ବିରେନ୍ଦ୍ର ସିଂ ଗତ ମାସରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂଙ୍କ ସ୍ମୃତିରେ ଏକ ଅଡିଟୋରିୟମ ନିର୍ମାଣ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଉତ୍ତର ପ୍ରଦେଶର ତିନି ଥର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିବା ମୁଲାୟମ ସିଂ ଯାଦବଙ୍କ ଅକ୍ଟୋବର ୧୦ରେ ପରଲୋକ ହୋଇଥିଲା ।

FacebookTwitterLinkedinWhatsapp
Exit mobile version