Site icon ଆଜିକାଲି

କଂଗ୍ରେସ ସଭାପତି ନିର୍ବାଚନ: ରେସରେ ମଲ୍ଲିକାର୍ଜୁନ ଖଡଗେଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରେସ୍ ରୋଚକ ହେବାରେ ଲାଗିଛି। ଶଶି ଥରୁର ଓ ଦିଗବିଜୟ ସିଂହଙ୍କ ପରେ ଏବେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ଖଡଗେ ଆଜି ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଅନ୍ୟପକ୍ଷରେ ଗୁରୁବାର କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ନେଇଥିବା ଦିଗବିଜୟ ସିଂ ଶୁକ୍ରବାର ସକାଳେ ମଲ୍ଲିକାର୍ଜନ ଖଡଗେଙ୍କ ବାସଭବନରେ ପହଞ୍ଚିଛନ୍ତି।

ସଭାପତି ରେସ୍ ରେ ଗାନ୍ଧୀ ପରିବାରର ବିଶ୍ବସ୍ତ କୁହାଯାଉଥିବା ଖଡଗେଙ୍କ ଏଣ୍ଟ୍ରି ପରେ ସୋନିଆ ଗାନ୍ଧୀ ଦିଗବିଜୟ ସିଂହଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଦିଗବିଜୟ ସିଂ ଏବଂ ଖଡଗେଙ୍କ ବୈଠକରେ କ’ଣ ନିଷ୍ପତ୍ତି ହେଉଛି ସେ ସମ୍ପର୍କରେ କୌଣସି ସୂଚନା ଆସିନାହିଁ। ଅନ୍ୟପକ୍ଷରେ ଦିଗବିଜୟ ସିଂହଙ୍କ ପ୍ରାର୍ଥିତ୍ବ ଉପରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ଦଳର ସଭାପତି ନିର୍ବାଚନରେ ଆମ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ହେବ । ସଭାପତି ନିର୍ବାଚନ ଦୌଡ଼ରେ ଏକାଧିକ ପ୍ରାର୍ଥୀ ସାମିଲ ହେବା ଭଲ ସଙ୍କେତ ବୋଲି ସେ କହିଛନ୍ତି ।

Exit mobile version