Site icon ଆଜିକାଲି

ଆରଏସଏସ-ବିଜେପିର ବିଷାକ୍ତ ମାନସିକତାରେ ମୁଣ୍ଡ ନୁଆଁଇବ ନାହିଁ କଂଗ୍ରେସ : ଖଡ଼ଗେ

ନୂଆଦିଲ୍ଲୀ : ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଜମ୍ମୁ ଆସିଥିବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ଧମକ ଦେବା ବିରୋଧରେ ତାଙ୍କ ଦଳ ଆନ୍ଦୋଳନ କରିବ। ଶ୍ରୀ ଖଡଗେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଆରଏସଏସ-ବିଜେପିର ବିଷାକ୍ତ ମାନସିକତାରେ କଂଗ୍ରେସ ମୁଣ୍ଡ ନୁଆଁଇବ ନାହିଁ।

ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ ହୋଇଛନ୍ତି ବୋଲି ଖଡ଼ଗେ କହିଛନ୍ତି। ବିଧାୟକ ଓ ସାଂସଦଙ୍କ ସମେତ ବିଜେପି, ଆରଏସଏସ ନେତାମାନେ ଆମ ନେତାଙ୍କ ଜିଭ କାଟିବା କଥା କହୁଛନ୍ତି। ସତ କହିବା ପାଇଁ ରାହୁଲ ଗାନ୍ଧିଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି ଏବଂ ତାଙ୍କ ବିରୋଧରେ ଘୃଣାର ବାତାବରଣ ସୃଷ୍ଟି ହୋଇଛି ଯେମିତି ଏହା ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏବଂ ଆରଏସଏସର ଏଭଳି ଉତ୍ତେଜନାମୂଳକ ଭାଷଣକୁ ପ୍ରଧାନମନ୍ତ୍ରୀ ଅଣଦେଖା କରୁଛନ୍ତି, ଯିଏ କି ଏହି ନେତାମାନଙ୍କ ଉପରେ ଲଗାମ ଲଗାଇବାରେ ବିଫଳ ହୋଇଛନ୍ତି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି କାରଣ ସେ ସେମାନଙ୍କୁ ଭୟ କରନ୍ତି।

Exit mobile version