Site icon ଆଜିକାଲି

କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ, କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କୁ ବିନା ବିଚାରଣାରେ ଗୁଳିକରି ହତ୍ୟା କରାଯାଉ

ଥିରୁଭନନ୍ତପୁରମ: ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ କଂଗ୍ରେସ ସାଂସଦ ରାଜମୋହନ ଉନ୍ନିଥାନଙ୍କ ଏକ ବୟାନକୁ ନେଇ ବିବାଦ ଉଠିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବିନା ବିଚାରଣାରେ ଗୁଳିକରି ହତ୍ୟା କରାଯିବା ଉଚିତ ବୋଲି କହିଛନ୍ତି ଉନ୍ନିଥାନ। କେରଳର କାସାରଗୋଡରେ ପାଲେଷ୍ଟାଇନ ସମର୍ଥନରେ ଆୟୋଜିତ ଏକ ସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ସାଂସଦ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଜଣେ ଯୁଦ୍ଧ ଅପରାଧୀ ଭାବେ ଅଭିହିତ କରି ଉନ୍ନିଥାନ କହିଛନ୍ତି, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ଅପରାଧରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଯେଉଁଭଳି ବିନା ବିଚାରଣାରେ ଗୁଳିକରି ହତ୍ୟା କରାଯାଉଥିଲା, ନେତାନ୍ୟାହୁଙ୍କୁ ମଧ୍ୟ ସେହିପରି ଗୁଳି କରି ହତ୍ୟା କରିବାର ସମୟ ଆସିଛି କାରଣ ସେ ଯାହା କରୁଛନ୍ତି ତାହା କ୍ରୁରତା ।

ସେ କହିଛନ୍ତି ଯେ ଯେଉଁମାନେ ଜେନେଭା ଚୁକ୍ତି ଉଲ୍ଲଙ୍ଘନ କରନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବା ଉଚିତ।

ଇସ୍ରାଏଲ୍-ହାମାସ୍ ଯୁଦ୍ଧ ୪୩ ଦିନରେ ପ୍ରବେଶ କରିଛି । ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୧୦ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ହେଲାଣି 

Exit mobile version