Site icon ଆଜିକାଲି

ପରଲୋକରେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାଓ୍ବାନ୍ତଙ୍କ ମାଆ ଜୟା ସାଓ୍ବାନ୍ତ

ମୁମ୍ବାଇ : ପରଲୋକରେ କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାଓ୍ବାନ୍ତଙ୍କ ମାଆ ଜୟା ସାଓ୍ବାନ୍ତ । କକ୍ରଟ ଓ ବ୍ରେନ ଟ୍ୟୁମରରେ୍ ପୀଡିତ ଥିବା ବେଳେ ଦୀର୍ଘ ଦିନ ଧରି ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାକ୍ଷୀ ନିଜେ ତାଙ୍କ ମାଙ୍କ ଦେହାନ୍ତ ଖବରକୁ ନିଶ୍ଚିତ କରିଛନ୍ତି।

ଏନେଇ ରାକ୍ଷୀ କହିଛନ୍ତି ତାଙ୍କ ମାଆଙ୍କର ଦେହାନ୍ତ ହୋଇଛି। ସେ କହିଥିଲେ, ‘ମା ଆଉ ନାହାଁନ୍ତି’। ମା’ର ଏକାଧିକ ଅଙ୍ଗ ବିଫଳ ହୋଇଛି ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। କ୍ୟାନସର କିଡନୀ ଏବଂ ଫୁସଫୁସରେ ବ୍ୟାପି ଯାଇଥିଲା। ମାଆଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ରାକ୍ଷୀ ଖୁବ୍‌ କାନ୍ଦୁଥିବାର ନଜର ଆସିଥିଲେ। ମା’ଙ୍କ ମୃତ୍ୟୁ ସମୟରେ ରାକ୍ଷୀ ତାଙ୍କ ସହ ଥିଲେ। କହିବାକୁଗଲେ ଜୟା ଗତ ୩ ବର୍ଷ ଧରି କର୍କଟ ରୋଗ ସହ ଲଢେଇ କରୁଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚାଇପାରି ନଥିଲେ।

ଆଜି ମୁମ୍ବାଇର ଏକ ଶ୍ମଶାନରେ ଜୟା ସାଓ୍ବନ୍ତଙ୍କ ଶେଷକୃତ୍ୟ ହେବା ନେଇ କହିଛନ୍ତି ରାକ୍ଷୀ । ଅନେକ ସମୟରେ ରାକ୍ଷୀ ତାଙ୍କ ମାଆଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରନ୍ତି । କିଛିଦିନ ପୂର୍ବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରି ତାଙ୍କ ଫ୍ୟାନ୍ସଙ୍କୁ ମାଆ ଭଲ ସ୍ବାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଥିବା ଦେଖିବାକୁ ମିଳିଥିଲା ।

Exit mobile version