Site icon ଆଜିକାଲି

ପୁଣି ଥରେ ଡରାଇଲାଣି କରୋନା, ଆଜି ସବୁ ରାଜ୍ୟ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ପୁଣି ଥରେ ଡରାଇଲାଣି କରୋନା। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ। କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇପାରେ କେନ୍ଦ୍ର ।

କରୋନାର ସବଭ୍ୟାରିଏଣ୍ଟ ଜେଏନ ଡଟ୍ ୱାନ ଭାରତରୁ ଠାବ ପରେ ସମସ୍ତଙ୍କ ମନରେ ଛନକା ପଶିଛି। କେରଳରେ ୪ ଜଣ ଓ ଉତ୍ତରପ୍ରଦେଶରୁ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତା ବଢିଛି । ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର। ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନ୍ୟାଚ୍ଯୁରାଲ। କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନାରେ ଅଛି। ଆବଶ୍ୟକ ପଡିଲେ, ରାଜ୍ୟ ଗାଇଡଲାଇନ ଜାରି କରି ପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି।

ତେବେ ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ। ଯଦି ଆସେ, ଆମେ ଜିନୋମ ସିକ୍ୱେନ୍ସ ପାଇଁ ପଠାଇବୁ। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି। ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି । ତେବେ ଥଣ୍ଡା, ଜ୍ୱର ହେଲେ, ଘରୁ ବାହାରନ୍ତୁ ନାହିଁ। ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

Exit mobile version