Site icon ଆଜିକାଲି

କରୋନା ଅପଡେଟ୍: ଦେଶରେ ୧୦,୨୫୬ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୧୦,୨୫୬ ନୂଆ ମାମଲା ରିପୋର୍ଟ ହେବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୩,୮୯,୧୭୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୦,୭୦୭କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଆଉ ୬୮ ଜଣ ଲୋକଙ୍କର ମୃତ୍ୟୁ ପରେ ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୭,୫୫୬ କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ଦେଶରେ କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୦,୭୦୭କୁ ଖସି ଆସିଛି, ଯାହା ମୋଟ ମାମଲାର ୦.୨୦ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୩,୩୪୦ ମାମଲା ହ୍ରାସ ଘଟିଛି। ରୋଗୀଙ୍କ ଜାତୀୟ ସୁସ୍ଥତା ହାର ୯୮.୬୧ ପ୍ରତିଶତକୁ ବୃଦ୍ଧି ପାଇଛି।

Exit mobile version