Site icon ଆଜିକାଲି

କରୋନା ଅପଡେଟ୍: ଦେଶରେ ୬,୮୦୯ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକରେ ୬,୮୦୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥି ସହିତ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୪,୫୬,୫୩୫କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୫,୧୧୪କୁ ଖସି ଆସିଛି । ରବିବାର ସକାଳ ୮ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଅଦ୍ୟତନ ତଥ୍ୟରୁ ଏହି ସୂଚନା ଦିଆଯାଇଛି ।

ତଥ୍ୟ ଅନୁଯାୟୀ, ଦେଶରେ କୋଭିଡରୁ ଆଉ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୯୯୧ କୁ ବୃଦ୍ଧି ପାଇଛି ।
ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୧୨ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ଜାତୀୟ ସୁସ୍ଥତା ହାର ୯୮.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୬୩୧ ହ୍ରାସ ପାଇଛି।

Exit mobile version