Site icon ଆଜିକାଲି

କରୋନା ଅପଡେଟ୍: ଦେଶରେ ୭,୨୧୯ ନୂଆ ମାମଲା, ୩୩ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ଆଉ ୭,୨୧୯ ନୂଆ ମାମଲା ଆସିଛି । ଏଥି ସହିତ ଦେଶରେ ମୋଟ କରୋନା ମାମଲା ୪,୪୪,୪୯,୭୨୬କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୬,୭୪୫କୁ ଖସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଶନିବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୩ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୭,୯୬୫କୁ ବୃଦ୍ଧି ପାଇଛି। ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣର ୦.୧୩ ପ୍ରତିଶତ ରହିଛି। କୋଭିଡ-୧୯ରୁ ସୁସ୍ଥ ହାର ୯୮.୬୮ ପ୍ରତିଶତକୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୧.୯୮ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨.୪୨ ପ୍ରତିଶତ ରେକର୍ଡ କରାଯାଇଛି। ଏଥି ସହିତ, କୋଭିଡ-୧୯ରୁ ସୁସ୍ଥ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୪,୩୮,୬୫,୦୧୬ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୩.୦୧ କୋଟି ଡୋଜ୍ ଟିକା ଦିଆଯାଇଛି ।

Exit mobile version