କେନ୍ଦୁଝର, ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୭ଜଣ ହତ୍ୟାକାରୀଙ୍କୁ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରବିନ୍ଦ୍ର ମୁଣ୍ଡା,ନରହରୀ ମୁଣ୍ଡା,ବଳଭଦ୍ର ମୁଣ୍ଡା,ବୈଶାଖୁ ମୁଣ୍ଡା,ଚେମା ମୁଣ୍ଡା,ଟୁରା ମୁଣ୍ଡା ଏବଂ ଟିମା ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଏହି ଆଜୀବନ କାରାଦଣ୍ଡ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ସଦର ଥାନା ଅଞ୍ଚଳର ସେଣ୍ଡକାପ ଗ୍ରାମର ଦିନବନ୍ଧୁ ମୁଣ୍ଡା(୬୫)କୁ ଗୁଣି ଗାରେଡି ସନ୍ଦେହରେ ୧୪/୪/୨୦୧୯ ରିଖରେ ଆସାମୀମାନେ ଦୀନବନ୍ଧୁକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରକୁ ଡାକିଥିଲେ । ସମସ୍ତେ ମିଶି ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଶେଷରେ ମୃତକର ବୋହୁ ଏ ବାବଦରେ ସଦର ଥାନାରେ ଲିଖିତ ଜଣାଇଥିଲେ । ସଦର ପୁଲିସ ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର ୧୮୦/୨୦୧୯ ଅନୁସାରେ ମାମଲା ରୁଜ୍ଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମଙ୍ଗଳବାର ଏହି ମାମଲାରେ ବିଚାର କରି ପୁଲିସ ତଦନ୍ତ ଓ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କେନ୍ଦୁଝର ଅତିରିକ୍ତ ଜିଲା ଜଜ୍ କୋର୍ଟର ବିଚାରପତି ମମିତା ଦାସ ଅଭିଯୁକ୍ତ ମାନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ, ପ୍ରତ୍ୟେକଙ୍କୁ ୧୦ ହଜାର ଜୋରିମାନା,ଅନାଦେୟ ଅଧିକ ୬ମାସ ଲେଖାଁଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଡିଜେ କୋର୍ଟର ଏପିପି ପ୍ରଫୁଲ୍ଲ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ ।