କେନ୍ଦୁଝର, ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୭ଜଣ ହତ୍ୟାକାରୀଙ୍କୁ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରବିନ୍ଦ୍ର ମୁଣ୍ଡା,ନରହରୀ ମୁଣ୍ଡା,ବଳଭଦ୍ର ମୁଣ୍ଡା,ବୈଶାଖୁ ମୁଣ୍ଡା,ଚେମା ମୁଣ୍ଡା,ଟୁରା ମୁଣ୍ଡା ଏବଂ ଟିମା ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଏହି ଆଜୀବନ କାରାଦଣ୍ଡ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ସଦର ଥାନା ଅଞ୍ଚଳର ସେଣ୍ଡକାପ ଗ୍ରାମର ଦିନବନ୍ଧୁ ମୁଣ୍ଡା(୬୫)କୁ ଗୁଣି ଗାରେଡି ସନ୍ଦେହରେ ୧୪/୪/୨୦୧୯ ରିଖରେ ଆସାମୀମାନେ ଦୀନବନ୍ଧୁକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରକୁ ଡାକିଥିଲେ । ସମସ୍ତେ ମିଶି ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଶେଷରେ ମୃତକର ବୋହୁ ଏ ବାବଦରେ ସଦର ଥାନାରେ ଲିଖିତ ଜଣାଇଥିଲେ । ସଦର ପୁଲିସ ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର ୧୮୦/୨୦୧୯ ଅନୁସାରେ ମାମଲା ରୁଜ୍ଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ମଙ୍ଗଳବାର ଏହି ମାମଲାରେ ବିଚାର କରି ପୁଲିସ ତଦନ୍ତ ଓ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କେନ୍ଦୁଝର ଅତିରିକ୍ତ ଜିଲା ଜଜ୍ କୋର୍ଟର ବିଚାରପତି ମମିତା ଦାସ ଅଭିଯୁକ୍ତ ମାନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ, ପ୍ରତ୍ୟେକଙ୍କୁ ୧୦ ହଜାର ଜୋରିମାନା,ଅନାଦେୟ ଅଧିକ ୬ମାସ ଲେଖାଁଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଡିଜେ କୋର୍ଟର ଏପିପି ପ୍ରଫୁଲ୍ଲ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ ।
November 28, 2023
0 Comment
140 Views
ଗୁଣି ଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦୁଝର, ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୭ଜଣ ହତ୍ୟାକାରୀଙ୍କୁ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରବିନ୍ଦ୍ର ମୁଣ୍ଡା,ନରହରୀ ମୁଣ୍ଡା,ବଳଭଦ୍ର ମୁଣ୍ଡା,ବୈଶାଖୁ ମୁଣ୍ଡା,ଚେମା ମୁଣ୍ଡା,ଟୁରା ମୁଣ୍ଡା ଏବଂ ଟିମା ମୁଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଏହି ଆଜୀବନ କାରାଦଣ୍ଡ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ସଦର ଥାନା ଅଞ୍ଚଳର ସେଣ୍ଡକାପ ଗ୍ରାମର ଦିନବନ୍ଧୁ ମୁଣ୍ଡା(୬୫)କୁ ଗୁଣି ଗାରେଡି ସନ୍ଦେହରେ ୧୪/୪/୨୦୧୯ ରିଖରେ ଆସାମୀମାନେ ଦୀନବନ୍ଧୁକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରକୁ ଡାକିଥିଲେ । ସମସ୍ତେ... Read More