Site icon ଆଜିକାଲି

ଏମଏମଏସ ଭାଇରାଲ ଘଟଣାରେ ୭ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ନେବା ପାଇଁ କୋର୍ଟର ଅନୁମତି

ଚଣ୍ଡିଗଡ : ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଏମଏମସ ଲିକ୍ ଘଟଣାର ତଦନ୍ତ କରିବ ଏସଆଇଟିର ୩ ଜଣିଆ ଟିମ୍ ଏ । ଟିମରେ ରହିଛନ୍ତି କେବଳ ମହିଳା ଅଧିକାରୀ । ବରିଷ୍ଠ ଆଇପିଏସ୍ ଅଧିକାରୀ ଗୁରପ୍ରୀତ କୌର ଦେଓଙ୍କ ନେତୃତ୍ୱରେ ଏହି ଏସଆଇଟି ଗଠନ ହୋଇଛି । ସେପଟେ ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ୭ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।

କୋର୍ଟ ରୁମରେ ଅଭିଯୁକ୍ତ ଛାତ୍ରୀଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେଟାଙ୍କୁ ହାଜର କରିଥିଲା ପୋଲିସ । ଏହି ସମୟରେ ପୋଲିସ ସହିତ ଯୁକ୍ତିତର୍କ କରୁଥିଲେ ସନ୍ନି । ଏଥିରେ ବିଚାରପତି ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତ ଛାତ୍ରୀ ହଷ୍ଟେଲରେ କେଉଁ ଉଦ୍ଦେଶ୍ୟରେ ଅନ୍ୟ ଛାତ୍ରୀଙ୍କ ବାଥରୁମ ଭିତରର ଭିଡିଓ ସୁଟିଂ କରୁଥିଲେ । ଏବଂ କେଉଁ କ୍ୟାମେରାରେ ରେକର୍ଡିଂ କରୁଥିଲେ, ତାର ତନାଘନା କରାଯାଉଛି ।

Exit mobile version