Site icon ଆଜିକାଲି

ବଜରଙ୍ଗ ଦଳ ବିରୋଧରେ ମନ୍ତବ୍ୟ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ବଜରଙ୍ଗ ଦଳ ଉପରେ ବିବାଦୀୟ ବୟାନ ପାଇଁ ଅଡ଼ୁଆରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଏଥିପାଇଁ ଖଡ଼ଗେଙ୍କ ବିରୋଧରେ ଦାୟର ୧୦୦ କୋଟି ଟଙ୍କାର ମାନହାନି ମାମଲାରେ ସଙ୍ଗରୁର ଜିଲ୍ଲା କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି ।

‘ହିନ୍ଦୁ ସୁରକ୍ଷା ପରିଷଦ ବଜରଙ୍ଗ ଦଳ ହି ନ୍ଦ’ ପ୍ରତିଷ୍ଠାତା ହିତେଶ ଭରଦ୍ବାଜ ସାଙ୍ଗରୁର କୋର୍ଟରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ଏହି ମାନହାନି ମାମଲା ଦାୟର କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବଜରଙ୍ଗ ଦଳକୁ ଦେଶ ବିରୋଧୀ ସଂଗଠନ ସହ ତୁଳନା କରି ଏହାକୁ ବ୍ୟାନ୍ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି ମାମଲାରେ ସଙ୍ଗରୁର ଜିଲ୍ଲା ଅଦାଲତର ସିଭିଲ ଜଜ୍ (ସିନିୟର ଡିଭିଜନ) ରମନଦୀପ କୌର ଖଡ଼ଗେଙ୍କୁ ନୋଟିସ୍ ଜାରି କରିଛନ୍ତି ।

Exit mobile version