Site icon ଆଜିକାଲି

କୋଭିଡ୍-୧୯ ଅପଡେଟ୍: ଦେଶରେ ୯,୬୨୯ ନୂଆ ମାମଲା, ୨୯ ମୃତ

ନୂଆଦିଲ୍ଲୀ: ଭାରତରେ ବୁଧବାର ୯,୬୨୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ବୃଦ୍ଧି ଘଟିଛି । ଗତ ମଙ୍ଗଳବାର ୬,୬୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବୁଧବାର ଦିନକରେ ଆଉ ୨୯ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦେଶରେ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୩୯୮କୁ ବୃଦ୍ଧି ପାଇଛି।

କୋଭିଡ୍ ଯୋଗୁଁ ପ୍ରାଣ ହରାଇଥିବା ୨୯ ରୋଗୀଙ୍କ ମଧ୍ୟରୁ ଦିଲ୍ଲୀରେ ୬ ଜଣ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ତିନି ଜଣ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଦୁଇ ଏବଂ ଓଡିଶା, ଗୁଜରାଟ ଓ ଛତିଶଗଡରେ ଜଣେ ଲେଖାଏଁ ମୃତ୍ୟୁ ରିପୋର୍ଟ ହୋଇଛି। କେବଳ କେରଳରେ ୧୦ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ କୋଭିଡର ସକ୍ରିୟ ମାମଲା ସଂଖ୍ୟା ୬୧,୦୧୩ କୁ ବୃଦ୍ଧି ପାଇଛି ।

Exit mobile version