Site icon ଆଜିକାଲି

ପରଲୋକରେ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ମୃତଦେହକୁ ହସ୍ପିଟାଲକୁ ଦାନ କଲେ ପରିବାର ଲୋକ

ନୂଆଦିଲ୍ଲୀ : ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପରଲୋକ ଘଟିଛି । ନୂଆଦିଲ୍ଲୀ ଏମ୍ସରେ ୭୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଗତ କିଛି ଦିନ ହେବ ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ନିମୋନିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ମୃତ୍ୟୁ ପରେ ତାଙ୍କୁ ପାର୍ଥିବ ଶରୀରରୁ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି। ସେଠାରେ ମେଡିକାଲ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ୟେଚୁରୀଙ୍କ ମୃତଦେହ ବ୍ୟବହାର ହେବ।

ଅଗଷ୍ଟ ୧୯ରୁ ୟେଚୁରୀ ଦିଲ୍ଲୀ ଏମ୍ସରେ ଭିର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ ଆଇସିୟକୁ ସ୍ଥାନାନ୍ତର କରାଯାଇଥିଲା। ସେ ନମୋନିଆ ଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଏଥିଯୋଗୁ ତାଙ୍କ ଶ୍ୱାସନଳୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ କ’ଣ ପାଇଁ ତାଙ୍କର ଦେହାନ୍ତ ହେଲା, ସେକଥା ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦେଇନାହାନ୍ତି।

ଏମ୍ସ ପକ୍ଷରୁ କୁହାଯାଇଛି ଯେ ନିମୋନିଆ ଯୋଗୁ ସୀତାରାମ ୟେଚୁରୀ ହସ୍ପିଟାଲରେ ଆଡମିଟ ହୋଇଥିଲେ। ଆଜି ଅପରାହ୍ନ ୩.୦୫ରେ ତାଙ୍କର ଦେହାନ୍ତ ହୋଇଛି। ଦେହାନ୍ତ ପରେ ତାଙ୍କ ମୃତଦେହକୁ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଦାନ କରିଦେଇଛନ୍ତି। ଏହାକୁ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ବ୍ୟବହାର ହେବ।

Exit mobile version