Site icon ଆଜିକାଲି

ଭୂମିକମ୍ପରେ ଥରିଲା କ୍ରେଟା ଆଇଲାଣ୍ଡ, ତୀବ୍ରତା ୫.୫ ରେକର୍ଡ

ଏଥେନ୍ସ : ଭୂମିକମ୍ପରେ ଥରିଲା କ୍ରେଟା ଆଇଲାଣ୍ଡ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ମପାଯାଇଛି। ଏହା ସମୁଦ୍ର ଜଳରାଶିକୁ ଅଶାନ୍ତ କରିପାରେ। ଫଳରେ ସୁନାମୀ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି। ଏଥିପାଇଁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହିତ ତଟବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ଭାବେ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

ସୋମବାର ସ୍ଥାନୀୟ ସମୟ ଅନୁସାର ଦିପ୍ରହର ୧.୨୫ରେ ଗ୍ରୀସ ସାଇଟିଆର ଉତ୍ତର-ପୂର୍ବରରେ ୬୦ କିମି(୩୭ ମାଇଲ୍) ଭୂମିକମ୍ପ ହୋଇଥିଲା। ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର (ଇଏମଏସସି)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ଏନେଇ ଇଏମଏସସି ସମୁଦ୍ରକୂଳିଆ ଲୋକଙ୍କୁ ଉଚ୍ଚାସ୍ଥାନକୁ ଚାଲିଯିବାକୁ ଟ୍ୱିଟ୍ କରି ସତର୍କ କରାଯାଇଛି।

Exit mobile version