Site icon ଆଜିକାଲି

ଆଖି ବୁଜିଲେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡ

ନୂଆଦିଲ୍ଲୀ : ଆଖି ବୁଜିଲେ କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ ।

ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।

୧୯୮୩ ଦିନିକିଆ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି ଗାଏକ୍ୱାଡ। ୧୯୭୫ ମସିହାଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ୪୦ ଟେଷ୍ଟ, ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ୧୯୭୫ ଓ ୧୯୭୯ ମସିହାରେ ଅନୁଷ୍ଠିତ ବିଶ୍ୱକପ୍‌ ଭାରତୀୟ ଦଳର ସଦସ୍ୟ ଭାବେ ମଧ୍ୟ ଖେଳିଥିଲେ।

Exit mobile version