Site icon ଆଜିକାଲି

କ୍ରିକେଟ୍‌ର ସମସ୍ତ ଫର୍ମରୁ ଅବସର ଗ୍ରହଣ କଲେ କ୍ରିକେଟର୍‌ ସୁରେଶ ରାଇନା

ନୂଆଦିଲ୍ଲୀ : କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଲେ କ୍ରିକେଟର୍‌ ସୁରେଶ ରାଇନା। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ସୁରେଶ ରୈନା । ଆଉ ଆଜି ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନା । ଏହା ସହ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ନେଇଛନ୍ତି । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରୈନା ।

ଟ୍ବିଟ କରି ରୈନା କହିଛନ୍ତି ଯେ, ”ମୋ ଦେଶ ଓ ରାଜ୍ୟ ଉତ୍ତରପ୍ରଦେଶ ପାଇଁ କ୍ରିକେଟ ଖେଳିବା ମୋ ପାଇଁ ସମ୍ମାନର ବିଷୟ । ମୁଁ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରୁଛି । ମୋତେ ସମର୍ଥନ ଓ ବିଶ୍ବାସ କରିଥିବାରୁ ବିସିସିଆଇ, ୟପିସିଏ କ୍ରିକେଟ, ଆଇପିଏଲ, ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ ।”

ସେ ଦେଶପାଇଁ ୨୨୬ଟି ଦିନିକିଆ ମ୍ୟାଚ୍ ଖେଳି ୫୬୧୫ ରନ୍‌ କରିବାରେ ସମର୍ଥ ହୋଇଛନ୍ତି। ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି ୧୧୬ ରନ୍‌। ସେହିପରି ଟି-୨୦ରେ ସେ ୭୮ ମ୍ୟାଚ୍‌ ଖେଳି ୧୦୬୫ ରନ୍‌ ହାତେଇ ପାରିଛନ୍ତି। ଏହି ୩୫ ବର୍ଷୀୟ ଖେଳାଳି ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ। ଯେଉଁଦିନ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ର ଭାବେ ଅବସର ଗ୍ରହଣ କରିଥିଲେ।

Exit mobile version